ଦାଦନ ଖଟିବାକୁ ଯାଇ ବନ୍ଧା ପଡିଲେ ଦମ୍ପତି : ପୁଅର ଦଶାହ କାମରେ ସାମିଲ ହେବାକୁ ଛାଡୁନି ଦଲାଲ

Published By : Prameya-News7 Bureau | February 17, 2020 IST

ନୂଆପଡା ୧୭/୨: ପୁଣି ଦାଦନ ଦୁଃଖ ।ଦାଦନ ଖଟିବାକୁ ଯାଇ ଦଲାଲ ପାଖରେ ବନ୍ଧା ପଡିଛନ୍ତି ଦମ୍ପତି ।ଏମିତିକି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପୁଅକୁ ଥରୁଟିଏ ଦେଖିପାରିଲେନି ବାପା ମା’ ।ଏବେ ଦଶାହ କାମରେ ସାମିଲ ହେବାକୁ ଛାଡୁନି ଦଲାଲ । ଏମିତି ହୃଦୟ ବିଦାରକ ଖବର ଆସିଛି ନୂଆପଡା ଜିଲ୍ଲାରୁ ।

{"id":225564,"sizeSlug":"large"}

ଦାଦନ ଖଟିବାକୁ ଯାଇ ବନ୍ଧା ପଡିଲେ ଦମ୍ପତି । ପୁଅର ମୃତ୍ୟୁ ପରେ ବି ଶେଷ ଦର୍ଶନ କରିପାରିଲେନି । ଦାଦନ ଯନ୍ତ୍ରଣାର ଏକ କରୁଣ କାହାଣୀ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲାରେ । ଖଡିଆଳ ଥାନା ମହୁଲକେ।ଟ ଗାଁର ସ୍ବାମୀ-ସ୍ତ୍ରୀ ପୁନି ଏବଂ ବିମଳା ସ୍ଥାନୀୟ ଜଣେ ଦଲାଲଙ୍କ ଠାରୁ ଅଗ୍ରୀମ ଟଙ୍କା ନେଇ ତେଲେଙ୍ଗାନା ଯାଇଥିଲେ ।ଗତ ଫେବୃଆରୀ ୧୦ ତାରିଖରେ ସେମାନଙ୍କ ଏକମାତ୍ର ପୁଅର ଦୁର୍ଘଟଣାରେ ମୃତ୍ୟୁ ହେ।ଇଥିଲା । କିନ୍ତୁ ପୁଅକୁ ଦେଖିବାକୁ ଛାଡିଲାନି ଦଲାଲ । ୨ ଦିନ ପରେ ପୁଅର ଦଶାହ ପଡୁଥିବା ବେଳେ ଛାଡିବାକୁ ଦଲାଲ ନିକଟରେ କାକୁତିମିନତି ହେ।ଇଥିଲେ । କିନ୍ତୁ ଟଙ୍କା ନସୁଝିବା ଯାଏ ଏଠୁ ଯାଇପାରିବନି ବେ।ଲି ରେ।କଠେ।କ ଶୁଣାଇ ଦେଇଛି ଦଲାଲ । ଏପଟେ ଭାଇର ମୃତ୍ୟୁ ସାଙ୍ଗକୁ ବାପା ମା’ଙ୍କ ଅନୁପସ୍ଥିତିରେ ଭାଙ୍ଗି ପଡିଛନ୍ତି ୨ ଝିଅ ।

{"id":225565,"sizeSlug":"large"}

ନାତି ଅକାଳରେ ଚାଲିଗଲା । ପୁଅ-ବେ।ହୁ ତେଲେଙ୍ଗାନାରେ ବନ୍ଧା ପଡିଛନ୍ତି । ଏଭଳି ସ୍ଥିତିରେ ଆଖିରୁ ଲୁହ ଗଡାଇବା ଛଡା ବୃଦ୍ଧ ବାପାଙ୍କ ପାଖରେ କିଛି ବିକଳ୍ପ ନାହିଁ । ୨ ନାତୁଣିଙ୍କୁ ଧରି କେମିତି ନାତିର ଦଶାହ କାମ କରିବେ ବେ।ଲି ଘାରି ହେଉଛନ୍ତି । ସବୁଠୁ ବଡ କଥା ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନ ଅବଗତ  ଅଛନ୍ତି ।ତଥାପି ଏହି ଅସହାୟ ପରିବାରକୁ ନ୍ୟାୟ ମିଳୁନି । ଏପଟେ  ନିଜ ଉଦ୍ୟମରେ ପୁନି ଏମଂ ବିମଳାଙ୍କୁ ଉଦ୍ଧାର କରିବାକୁ ଅଣ୍ଟା ଭିଡିଛନ୍ତି ଗ୍ରାମବାସୀ ।ଅନ୍ୟପଟେ କ୍ୟାମେରା ଆଗରେ କିଛି କହିନଥିବା ବେଳେ ଖୁବ୍ ଶୀଘ୍ର ଦମ୍ପତିଙ୍କୁ ଉଦ୍ଧାର କରାଯିବ ବେ।ଲି କହିଛନ୍ତି ଶ୍ରମ ଅଧିକାରୀ ।

{"id":225566,"sizeSlug":"large"}

ଅଭାବି ମଣିଷ ପେଟ ପାଟଣା ପାଇଁ ଦାଦନ ଖଟିବାକୁ ଯାଇ ନିର୍ଯାତନା ସହୁଛନ୍ତି । କିନ୍ତୁ ପ୍ରଶାସନ ସବୁ ଜାଣି ବି ପଦକ୍ଷେପ ନନେବା ବାସ୍ତବରେ ଦୂର୍ଭାଗ୍ୟଜନକ ।

{"id":225567,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.