ହାଇଦ୍ରାବାଦ ଚାଲାଣ ହେଉଥିଲେ ଶ୍ରମିକ, ୨୬ଜଣଙ୍କୁ ଉଦ୍ଧାର କଲା ପୋଲିସ ; ୨ ସର୍ଦ୍ଦାର ଅଟକ

Published By : Prameya-News7 Bureau | October 18, 2021 IST

ପାଟଣାଗଡ଼ ୧୮।୧୦:  ହାଇଦ୍ରାବାଦ ଚାଲାଣ ବେଳେ ୨୬ ଦାଦନ ଶ୍ରମିକ ଉଦ୍ଧାର । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ପୋଲିସ ଦ୍ୱାରା ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ସମସ୍ତଙ୍କୁ ହାଇଦ୍ରାବାଦ ଚାଲାଣ ହେଉଥିଲା । ଏହି ଘଟଣାରେ ୨ଜଣ ସର୍ଦ୍ଦାରଙ୍କୁ ଅଟକ ରଖିଛି ପୋଲିସ ।

ଖବର ଅନୁଯାୟୀ, ରବିବାର ରାତି ସମୟରେ ଖପ୍ରାଖୋଲ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ହରିଶଙ୍କର ଛକ ନିକଟରେ ୨ଟି ଗାଡ଼ିକୁ ଅଟକାଇଥିଲା ପୋଲିସ । ଘଟଣାରେ ପୋଲିସ ପଚରାଉଚରା ପରେ ପୁରା ସତ ସାମ୍ନାକୁ ଆସିଥିଲେ । ଅଟକ ଥିବା ଶ୍ରମିକମାନଙ୍କୁ ଗାଡ଼ି ଯୋଗେ ନିଜ ନିଜ ଗାଁକୁ ପଠାଯାଇଥିବା ବେଳେ ୨ ସର୍ଦ୍ଦାରଙ୍କୁ ଅଟକ ରଖିଛି ପୋଲିସ ।

ତେବେ ଉଦ୍ଧାର ହୋଇଥିବା ଶ୍ରମିକମାନେ ନୂଆପଡା ଜିଲ୍ଲାର ଲଖନା ଗାଁର କିଛି ଥିବା ବେଳେ ଖପ୍ରାଖୋଲ ବ୍ଲକ ଚାବିରିପାଲି ଗାଁର କିଛି ରହିଛନ୍ତି । କାମ ଧନ୍ଦା ନ ପାଇବାରୁ  ଶ୍ରମିକ ମାନେ ହାଇଦ୍ରାବାଦକୁ କାମ କରିବାକୁ ଯାଉଥିବା ଜଣାପଡ଼ିଛି। ପୋଲିସ  ଅଟକ ରଖିଥିବା ୨ ଜଣ ସର୍ଦାର ହେଲେ  ନୂଆପଡା ଜିଲ୍ଲା ଲାଖନା ଗାଁର ଫାରସ ମାଝୀ ଓ ଖପ୍ରାଖୋଲ ବ୍ଲକ ଚାବିରିପାଲି ଗାଁର ରଜେନ୍ଦ୍ର କଠାର ବୋଲି  ଜଣାପଡ଼ିଛି ।  ପୋଲିସ ୨ ଜଣ ସର୍ଦ୍ଦାରଙ୍କୁ  ଗିରଫ କରି କୋର୍ଟ ଚାଲାଣ କରିଛି । ଏହାସହିତ ୨ ଟି ଗାଡିକୁ ଜବତ କରିଥିବା ଖପ୍ରାଖୋଲ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.