ୟୁପି ଚାଲାଣ ହେଉଥିଲେ ଦାଦନ, ପାଟ୍ରୋଲିଂ ବେଳେ ଧରିଲା ପୋଲିସ
3/12/2022 at 2:41 PM

ନୂଆପଡ଼ା ୦୩।୧୨ : ୧୩ ନାବାଳକ ସହ ୨୦ରୁ ଅଧିକ ଦାଦନ ଶ୍ରମିକ ଉଦ୍ଧାର । ଏହାସହ ଏକ ପିକଅପ୍ ଭ୍ୟାନ୍ ମଧ୍ୟ ଜବତ ହୋଇଛି । ନୂଆପଡ଼ା ଜିଲ୍ଲା ଡୁମେରଡିହି ଛକରୁ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ଖରିଆର୍ ରୋଡ ଜୋଙ୍କ ପୋଲିସ ।
ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିଲା ପୋଲିସ । ଏହି ସମୟରେ ଏକ ପିକଅପ୍ ଭ୍ୟାନ୍କୁ ସନ୍ଦେହ କରି ଅଟକାଇଥିଲା ପୋଲିସ । ଯାଞ୍ଚ ବେଳେ ଏଥିରୁ ୧୨ଜଣ ପୁରୁଷ, ୯ ଜଣ ମହିଳାଙ୍କ ସହ ୧୩ ଜଣ ନାବାଳକଙ୍କୁ ଉଦ୍ଧାର କରିଛି ପୋଲିସ । ସମସ୍ତେ ୟୁପିକୁ ଚାଲାଣ ହେଉଥିବା ସୂଚନା ଦେଇଛି ଜୋଙ୍କ ପୋଲିସ । ସେହିପରି ବରଗଡ ଜିଲ୍ଲା ପାଇକମାଲ ଥାନା ନୂଆପଡା ଗ୍ରାମର ଅଶ୍ବିନୀ ସାହୁଙ୍କ ଗିରଫ କରାଯାଇଛି ।
Related Posts
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023