କଣ୍ଟାବାଞ୍ଜି ୧୩।୧୦ : ରାଜ୍ୟ ବାହାରରୁ ଚାଲାଣ ହେଉଥିବା ୨୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି କଣ୍ଟାବାଞ୍ଜି ପୋଲିସ। ବୁଧବାର ବିଳମ୍ବିତ ରାତି ବେଆଇନ ଭାବରେ ବାହାର ରାଜ୍ୟକୁ ଚାଲାଣ ହେଉଥିବା ୨୧ ଜଣ ଦାଦନ ଶ୍ରମିକଙ୍କୁ କଣ୍ଟାବାଞ୍ଜିରୁ ଉଦ୍ଧାର କରାଯାଇଛି। ଉଦ୍ଧାର ଶ୍ରମିକ ମାନେ ବେଲପଡ଼ା ଥାନା ଫୁଲକାନୀ, କଣ୍ଟାବାଞ୍ଜି ଥାନା ଖୁଟୁଲୁମୁଣ୍ଡା ଓ ମୁରିବାହାଲ ଥାନା କୁମ୍ଭାରୀ ଗାଁର ବୋଲି ଜଣାପଡିଛି।
ସମୁଦ୍ରକୁ ଓହ୍ଲାଇଲେ ଭାରତର ତିନି ଯୋଦ୍ଧା, ଦେଶକୁ 'ତ୍...