ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହାୱଡ଼ା ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ: କୋଲକାତା ଫେରୁଥିବା ବେଳେ ଏସି କୋଚ୍‌ରେ ଲାଗିଲା ନିଆଁ
  • ||
  • ଆନନ୍ଦପୁର : ବାଇକକୁ ପଛପଟୁ ପିଟିଲା କାର୍‌, ଦୁଗ୍ଧ ବିକ୍ରି କରିବାକୁ ବାହାରିଥିଲେ ରବିନ୍ଦ୍ର
  • ||
  • ଓସ୍କାର ବିଜେତା ଗାୟିକା ଆଇରିନ କାରାଙ୍କ ଦେହାନ୍ତ, ୬୩ ବର୍ଷରେ ଦୁନିଆକୁ କହିଲେ ଅଲବିଦା
  • ||
  • IND vs NZ : ବର୍ଷାରେ ଧୋଇଗଲା ମ୍ୟାଚ୍, ୨ ଦିନିକିଆ ବାତିଲ
  • ||

ସିନାପାଲି ଅଞ୍ଚଳରୁ ୩୦ଦାଦନ ଶ୍ରମିକ ଉଦ୍ଧାର, ବସ୍ ସହ କର୍ମଚାରୀ ଅଟକ

10/12/2020 at 8:22 AM

ନୂଆପଡା ୧୦।୧୨: ଦାଦାନ ଚୋରାଚାଲାଣ ବେଳେ ଉଦ୍ଧାର କଲା ପୋଲିସ । ଦାଦନ ଚାଲାଣ ହେଉଥିବା ବସ୍‌ ଓ କର୍ମଚାରୀଙ୍କୁ ଅଟକ ପୋଲିସ । ସିନାପାଲି ଅଞ୍ଚଳରୁ ପ୍ରାୟ ୩୦ଦାଦନଙ୍କୁ ବାହାରକୁ ଚାଲାଣ ହେଉଥିଲା ।

ଖବର ଅନୁଯାୟୀ, ନୂଆପଡା ଜିଲ୍ଲାରେ ଦିନକୁ ଦିନ ଦାଦନ ଚୋରା ଚାଲାଣ ବଢି ବଢି ଚାଲିଛି । ପୋଲିସ ଏହାକୁ ରୋକିବା ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ଚାଲାଣକାରୀ ସର୍ଦ୍ଦାର କିମ୍ବା ଦଲାଲ ମାନେ ବିଭିନ୍ନ ଉପାୟରେ ବେଧଡକ ଅନ୍ୟତ୍ର ପଠାଉଛନ୍ତି । ଅନେକ ସ୍ଥାନରେ ଟଙ୍କା ଦେଣନେଣ କରି ଏପରି କାରବାର ଚାଲିଥିବାର ଅଭିଯୋଗ ଆସିଛି । ନହେଲେ ଦିନ ଦ୍ବିପହରେ ପୋଲିସ ଆଖି ସାମନାରେ କିଭଳି ଏହା ସମ୍ଭବ ହୋଇପାରନ୍ତା । ଏହିପରିପେକ୍ଷୀରେ ବୁଧବାର ବିଳମ୍ବିତ ରାତିରେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ହାତିବନ୍ଧା ପାଖରୁ ଏକ ବସକୁ ସିନାପାଲି ପୋଲିସ ଅଟକ ରଖିଥିଲା ।

ବସ୍‌ରେ ବେଆଇନ ଭାବରେ ୩୦ ଜଣ (୨୦ ପୂରୁଷ,୧୦ ମହିଳା)  ଦାଦନ ଶ୍ରମିକଙ୍କୁ ନେଇ ହାଇଦ୍ରାବାଦ ଚାଲାଣ ହେଉଥିଲେ । ସିନାପାଲି ରୁ ନିୟମିତ ହାଇଦ୍ରାବାଦକୁ ଚାଲୁଥିବା ଜନାର୍ଦ୍ଦନ ନାମକ ବସ୍ ଯାହାର ନଂମ୍ବର ଓଡି ୦୮ ଏମ୍ ୦୬୭୫ ରେ ଦାଦନ ଶ୍ରମିକ ମାନଙ୍କୁ ବେଆଇନ ଚୋରା ଚାଲାଣ ଘଟଣା ଅଞ୍ଚଳରେ ଚର୍ଚ୍ଚା ହେବାପରେ ପୋଲିସ ତତ୍ପରତା ଦେଖାଇଥିଲା । ଉଦ୍ଧାର ଶ୍ରମିକ ମାନଙ୍କୁ ନିଜ ନିଜ ଘରକୁ ପଠାଇବାର ବ୍ୟବସ୍ଥା କରାଯାଉଥିବା ବେଳେ ବସ୍ କର୍ମଚାରୀଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଥିବା ସିନାପାଲି ଥାନା ଅଧିକାରୀ ସୁଚନା ଦେଇଛନ୍ତି ।

   Related Posts