oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ତେଲେଙ୍ଗାନାକୁ ଚାଲାଣ ବେଳେ ୮୧ ଜଣ ଦାଦନ ଶ୍ରମିକ ଉଦ୍ଧାର, ଦଲାଲ ଫେରାର

4/01/2021 at 1:48 PM

ନୂଆପଡା ୦୪।୦୧ : ବାହାର ରାଜ୍ୟକୁ ଚାଲାଣ ବେଳେ ଦାଦନ ଶ୍ରମିକ ଉଦ୍ଧାର । ନୂଆପଡ଼ା ଜିଲ୍ଲା ଖଡିଆଳ ବୁଦ୍ଧି ଡଙ୍ଗର ନିକଟସ୍ଥ ଏକ ଢାବାରୁ ୮୧ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୨ଜଣ ନାବାଳକ ଥିବା ଜଣାପଡିଛି । ସମସ୍ତଙ୍କୁ ଉଦ୍ଧାର କରିଛି ନୂଆପଡ଼ା ଖଡିଆଳ ପୋଲିସ ।

ଖବର ଅନୁଯାୟୀ,  ରବିବାର ବିଳମ୍ବିତ ରାତିରେ କୌଣସି ସୁତ୍ର ରୁ ଖବର ପାଇ ଖଡ଼ିଆଳ ପୋଲିସ ବୁଦ୍ଧିଆ ଡଙ୍ଗର ନିକଟସ୍ଥ ଏକ ଢ଼ାବା ଉପରେ ଚଢାଉ କରିଥିଲା । ତେଲେଙ୍ଗାନାକୁ ଚାଲାଣ କରିବା ପାଇଁ ବୋଡେନ ଥାନା କୁଲିଙ୍ଗାମାଲ,ଲର୍କ୍କା,ବରଗାଁ ଅଞ୍ଚଳରୁ ଶ୍ରମିକଙ୍କୁ ଆଣି ଢାବା ପଛପଟେ ଏକ ଟେଣ୍ଡ କରି ରଖାଯାଇଥିଲା । ଘଟଣାସ୍ଥଳରୁ ଦଲାଲ ଫେରାର ହୋଇଯାଇଥିବା ବେଳେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।  ଖଡ଼ିଆଳ ଏସ୍‌ଡିପିଓ ସନ୍ତକ ଜେନାଙ୍କ ଉପସ୍ଥିତିରେ ଉଦ୍ଧାର ସମସ୍ତ ଶ୍ରମିକଙ୍କୁ ସ୍ବତନ୍ତ୍ର ବସ ଯୋଗେ ତାଙ୍କ ଘରକୁ ପଠାଯାଇଛି ।

   Related Posts