ହାଇଦ୍ରାବାଦ ଚାଲାଣ ବେଳେ ୨୯ଜଣ ଦାଦନ ଶ୍ରମିକ ଉଦ୍ଧାର

Published By : Prameya-News7 Bureau | December 22, 2020 IST

ବଲାଙ୍ଗୀର ୨୨।୧୨: ପୁଣି ଦାଦନ ଶ୍ରମିକ ଉଦ୍ଧାର । ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଉଥିବା ବେଳେ ଉଦ୍ଧାର କଲା ବଲାଙ୍ଗୀର ବଙ୍ଗୋମୁଣ୍ଡା ପୋଲିସ । ସୋମବାର ବିଳମ୍ବିତ ରାତିରେ ପାଟ୍ରୋଲିଙ୍ଗ କରୁଥିବା ବେଳେ ୨୯ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଏମାନଙ୍କ ମଧ୍ୟରେ ୧୧ ମହିଳା, ୧୮ ପୁରୁଷ ଓ ୮ଜଣ ଶିଶୁ ଅଛନ୍ତି ।

ଉଦ୍ଧାର ଦାଦନ ଶ୍ରମିକ ମାନେ ବଙ୍ଗୋମୁଣ୍ଡା ଥାନା ଛତରଙ୍ଗ ଗାଁର ବୋଲି ପୋଲିସ କହିଛି । ସେମାନେ ମୁଣ୍ଡପିଛା ୩୬ ହଜାର ଟଙ୍କା ଅଗ୍ରୀମ ନେଇ ହାଇଦ୍ରାବାଦ ଯିବାର ଥିଲା । ଶ୍ରମିକ ମାନେ ୩ ଟି ବୋଲେରୋ, ୨ଟି ଅଟୋରେ କଣ୍ଟାବାଞ୍ଜି ରେଳଷ୍ଟେସନ ବାହାରିଥିଲେ । ସେଠୁ ଟ୍ରେନ ଯୋଗେ ହାଇଦ୍ରାବାଦର ଏକ ଇଟାଭାଟିକୁ ଯାଇଥାନ୍ତେ। ତେବେ ପୋଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ସେମାନଙ୍କ ପାଖରେ କୌଣସି କାଗଜପତ୍ର ନଥିବା ଜାଣିବାକୁ ପାଇଥିଲା । ଦାଦନ ଶ୍ରମିକ ମାନେ ବେଆଇନ ଭାବେ ରାଜ୍ୟ ବାହାରକୁ ଚାଲାଣ ହେଉଥିଲେ । ଗତ ଦୁଇ ଦିନ ପୂର୍ବରୁ ବେଆଇନ ଭାବେ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ୧୩ ଜଣ ଦାଦନ ଶ୍ରମିକକୁ ଉଦ୍ଧାର କରିଥିଲା ବଙ୍ଗୋମୁଣ୍ଡା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.