ଆନ୍ଧ୍ରରେ ବନ୍ଧା ୫ ଜୀବନ, ଉଦ୍ଧାର ପାଇଁ ଭିଡିଓରେ କରୁଛନ୍ତି ନିବେଦନ
9/03/2023 at 8:12 AM

ନୂଆପଡା ୦୯।୦୩ : ଆନ୍ଧ୍ରରେ ବନ୍ଧା ପଡିଛି ୫ ଜୀବନ । ଉଦ୍ଧାର ପାଇଁ ଭିଡିଓ ମାଧ୍ୟମରେ ଗୁହାରି କରୁଛନ୍ତି ଦାଦନ ଶ୍ରମିକ । ସମସ୍ତ ଶ୍ରମିକ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଘାଟମାଲ ପଞ୍ଚାୟତ ତାଲାକୋଟ ଗାଁର ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ସ୍ଥାନୀୟ ଖଡିଆଳ ଅଞ୍ଚଳର ଜଣେ ଦାଦନ ଦଲାଲଙ୍କ ମାଧ୍ୟମରେ ୩୫ ହଜାର ଟଙ୍କା ଲେଖାଏଁ ଅଗ୍ରୀମ ନେଇ ଆନ୍ଧ୍ର ପ୍ରଦେଶର କର୍ଣ୍ଣେଲ ଅଞ୍ଚଳର ଏଲେନ୍ଦାକୁଣ୍ଡା ଗାଁର ଏକ ଇଟାଭାଟିରେ କାମ କରୁଛନ୍ତି । ସେଠାରେ ଅଧିକା କାମ କରାଇବା ସହ ସସ୍ତାହକୁ ୫ ଶହ ବଦଳରେ ଦେଢ ଶହରୁ ଦୁଇଶହ ଟଙ୍କା ଖାଉଟି ମିଳୁଛି । ଯାହା ଦିନରାତି କାମ କରୁଥିବା ଶ୍ରମିକ ମାନଙ୍କ ପେଟକୁ ନିଅଣ୍ଟ ହେଉଛି । କିଛି କହିଲେ ମାରପିଟ୍ ମଧ୍ୟ କରୁଛି । ନିର୍ଯାତନା ସହି ନପାରି ୭ ଜଣଙ୍କ ମଧ୍ୟରୁ ଦୁଇଜଣ ଲୁଚି ଛପି ଆସିଥିବା ବେଳେ ୫ ଜଣଙ୍କୁ ବନ୍ଧକ ରଖି ଅଧିକ କାମ କରାଉଛି ଇଟାଭାଟି ମାଲିକ । ୩ ଯୁବତୀ ଏବଂ ଦୁଇ ଯୁବକଙ୍କୁ ଆନ୍ଧ୍ରରୁ ଉଦ୍ଧାର କରିବା ପାଇଁ ଲୁଚିଛପି ଭିଡିଓ ମାଧ୍ୟମରେ ନିବେଦନ କରିଛନ୍ତି ।