ଖପ୍ରାଖୋଲରୁ ୩୦ ଦାଦନ ଶ୍ରମିକ ଉଦ୍ଧାର, ୩ ସର୍ଦ୍ଦାର ଅଟକ

Published By : Prameya-News7 Bureau | November 20, 2022 IST

ପାଟଣାଗଡ଼ ୨୦।୧୧ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲରୁ ୩୦ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଏହାସହିତ ୩ ଜଣ ସର୍‌ଦାରଙ୍କୁ ଅଟକ ରହିଛି ପୋଲିସ । ଖପ୍ରାଖୋଲ ପୋଲିସ ଦୁଇଟି ସ୍ଥାନରେ ଚଢ଼ାଉ କରି ଦାଦନ ପାଇଁ ଯାଉଥିବା ଶ୍ରମିକଙ୍କୁ ଉଦ୍ଧାର କରିଛି ।

ଖବର ଅନୁଯାୟୀ, ଦ୍ରୁତ ଗତି ରେ ଯାଉଥିବା ଏକ ଗାଡି ଅଟକାଇ ପଚରା ଉଚୁରା କରିବା ଆବଶ୍ୟକ କାଗଜପତ୍ର ନ ଥାଇ ବେଆଇନ ଦାଦନ ଚାଲାଣ ହେଉଥିବା ଜଣା ପଡିଥିଲା । ଏହାପରେ ଗାଡି ସହ ସମସ୍ତଙ୍କୁ ଖପ୍ରାଖୋଲ ଥାନାକୁ ଅଣାଯାଇଥିଲା । ଶ୍ରମିକମାନେ ବରଗଡ଼ ଜିଲ୍ଲା ଅତାବିରା ଥାନା ବନ୍ଧ ଗାଁର ବୋଲି ଜଣାପଡିଛି । ମୋଟ ୧୦ ଜଣ ପୁରୁଷ , ୮ ଜଣ ମହିଳା ଓ ୫ ଜଣ ଶିଶୁଙ୍କୁ ପୋଲିସ ଉଦ୍ଧାର କରିଛି ।

ସେହିପରି ମାଟିଖାଇ ଛକରୁ ୮ଜଣ ଦାଦନ ଶ୍ରମିକଙ୍କୁ ବାହାର ରାଜ୍ୟକୁ ବେଆଇନ ଭାବେ ଚାଲାଣ ହେଉଥିବା ବେଳେ ଉଦ୍ଧାର କରିଛି ଖପ୍ରାଖୋଲ ପୋଲିସ । ଚାଲାଣ କରୁଥିବା ୩ଜଣ ସରଦାରଙ୍କୁ ମଧ୍ୟ ଥାନାରେ ଅଟକ ରଖି ତଦନ୍ତ କରୁଛି ପୋଲିସ । ଉଦ୍ଧାର ଦାଦନ ଶ୍ରମିକଙ୍କୁ ନିଜ ନିଜ ଗାଁକୁ ପଠାଇ ଦେଇଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.