ମୁମ୍ବାଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ଗାଁର ଶୋକାକୂଳ ପରିବେଶ

Published By : Prameya-News7 Bureau | December 04, 2022 IST

ଖଲ୍ଲିକୋଟ ୦୪।୧୨ : ମୁମ୍ବାଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ। ମୃତକ ଜଣକ ଖଲ୍ଲିକୋଟ ଥାନା ଓଡ଼ିଆ ଆଲପୁର ଗ୍ରାମର ପ୍ରଫୁଲ ଗୌଡ଼। ସେ ମୁମ୍ବାଇର ଏକ ଘରୋଇ କମ୍ପାନୀରେ ଦୀର୍ଘ ୨୦ ବର୍ଷ ହେଲା ଶ୍ରମିକ ଭାବେ କାର୍ଯ୍ୟରତ ଥିଲେ। ୨ ଦିନ ତଳେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକଙ୍କୁ ଖବର ମିଳିଥିଲା।

ଖବର ଅନୁଯାୟୀ, ଖଲ୍ଲିକୋଟ ଥାନା ଅନ୍ତର୍ଗତ ଓଡ଼ିଆ ଆଲପୁର ଗାଁର ପ୍ରଫୁଲ ଗୌଡ଼ ପରିବାର ପ୍ରତିପୋଷଣ ଲାଗି ମୁମ୍ବାଇର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ଦୀର୍ଘ ୨୦ ବର୍ଷ ହେବ ସେଠାରେ ଶ୍ରମିକ ଭାବେ କାମ କରୁଥିଲେ । ପ୍ରଫୁଲ ଗତ ୬ ମାସ ତଳେ ନିଜ ଗାଁକୁ ଆସି କିଛିଦିନ ରହି ପୁଣି ନିଜ କର୍ମସ୍ଥଳ ମୁମ୍ବାଇକୁ ଫେରିଥିଲେ ।

ତେବେ ଗତ ଦୁଇ ଦିନ ତଳେ ମୁମ୍ବାଇରେ ପ୍ରଫୁଲଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଖବର ପାଇଥିଲେ । ଖବର ପାଇ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ରବିବାର ସକାଳ ୮ଟାରେ ପ୍ରଫୁଲଙ୍କ ମରଶରୀର ଆମ୍ବୁଲାନ୍ସ ଯୋଗେ ଗାଁର ପହଞ୍ଚିବା ପରେ କାନ୍ଦବୋବାଳିରେ ଫାଟି ପଡ଼ିଥିଲା ଗାଁ ଦାଣ୍ତ । ପରେ ଶୋକାକୂଳ ପରିବେଶରେ ପ୍ରଫୁଲଙ୍କ ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.