ସ୍କୁଲ ପରିଚାଳନା କମିଟି ସଭାପତିଙ୍କ ଦାଦାଗିରି, ଛାତ୍ରୀଙ୍କୁ ଶୌଚାଳୟରେ ତାଲା ପକାଇ ଦେଲେ

Published By : Prameya-News7 Bureau | August 08, 2023 IST

କଣ୍ଟାବାଞ୍ଜି: ସ୍କୁଲ ପରିଚାଳନା କମିଟି ସଭାପତିଙ୍କ ଦାଦାଗିରି।  ସ୍କୁଲରେ ପଶି ଛାତ୍ରୀ ମାନଙ୍କୁ କଲେ ଗାଳିଗୁଲଜ। ଭୟରେ ଛାତ୍ରୀ ଶୌଚାଳୟକୁ ଯାଇଥିବା ବେଳେ ବାହାରୁ ତାଲା ମାରିଲେ। ସଭାପତି  ଜଣକ ଏମିତି କାହିଁକି କଲେ କାରଣ ଅସ୍ପଷ୍ଟ ରହିଛି। କଣ୍ଟାବାଞ୍ଜି ଥାନା ବୁରୋମାଲ ହାଇସ୍କୁଲ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l

wp:heading {"level":4}

Also read- ଏଣିକି ସ୍କୁଲରେ ନାମଲେଖା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ, ସବୁ ଡିଇଓଙ୍କୁ ଗଣଶିକ୍ଷା ବିଭାଗ ସଚିବଙ୍କ ଚିଠି

/wp:heading

ସୂଚନା ଅନୁଯାୟୀ,  ଆଜି ୩ଟା ୩୦ ସମୟରେ ସ୍କୁଲ କମିଟି ସଭାପତି ସଦାନନ୍ଦ ବନଛୋର ସ୍କୁଲକୁ ପଶି ଦାଦିଗିରି କରି ୪ ଜଣ ଛାତ୍ରୀଙ୍କୁ ଗାଳିଗୁଲଜ କରିଥିଲେ l ଗାଳି ଗୁଲଜ କରୁଥିବା ଯୋଗୁଁ ୪ଜଣ ଛାତ୍ରୀ ଭୟରେ ସ୍କୁଲର ଶୌଚାଳୟକୁ ପଳାଇଥିଲେ l ହେଲେ ସଭାପତି ଜଣକ ବାହାରୁ ଶୌଚାଳୟକୁ ତାଲା ମାରି ଦେଇଥିଲେ l ଦୀର୍ଘ ସମୟ ଧରି ଛାତ୍ରୀମାନେ ପାଟି କରିବାରୁ ବାହାରୁ ତାଲା ଖୋଲିଥିଲେ l ପରେ ପରିବାର ଲୋକଙ୍କ ସହ ଛାତ୍ରୀ ମାନେ ଏବେ କଣ୍ଟାବାଞ୍ଜି ଥାନାର ଦ୍ୱାରସ୍ତ ଏତଲା ଦେଇଛନ୍ତି। କଣ୍ଟାବାଞ୍ଜି ପୋଲିସ ତଦନ୍ତ ଆରମ୍ଭ କରିଛି l କାହଁକି ସଭାପତି ଏଭିଲି କାଣ୍ଡ କଲେ ତାହା ଅସ୍ପଷ୍ଟ ଥିବା ବେଳେ  ତଦନ୍ତ ପରେ ଜଣାପଡିବ ।

{"id":828241,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.