ଦାଦାଙ୍କୁ ବାଲଟିରେ ପିଟି ପିଟି ହତ୍ୟାକଲେ ୨ ପୁତୁରା

Published By : Prameya-News7 Bureau | October 31, 2022 IST

ରାଉରକେଲା ୩୧/୧୦: ଦାଦାକୁ ବାଲଟିରେ ପିଟି ପିଟି ହତ୍ୟା କଲେ ୨ ପୁତୁରା। ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ପୁରୁଣାପାଣି ଗାଁରେ ଏଭଳି ହତ୍ୟାକାଣ୍ଡ ଘଟିଛି। ପାରିବାରିକ କଳହରୁ ଏପରି ହତ୍ୟାକାଣ୍ଡ ହୋଇଛି।  ମୃତକଙ୍କ ପରିଚୟ ସୁରେଶ ମୁଣ୍ଡା(୫୧)। ଘରେ ଏକୁଟିଆ ଥିବାବେଳେ ଜୟଦେବ ମୁଣ୍ଡା(୩୫) ଓ ମାନସିଂହ ମୁଣ୍ଡା (୩୭)ଉଭୟେ ଏକ ବାଲଟିରେ ସୁରେଶର ମୁଣ୍ଡକୁ ପିଟି ଥିଲେ। ଘଟଣାସ୍ଥଳରେ ଛଟପଟ ହୋଇ ସୁରେଶଙ୍କ ଜୀବନ ଚାଲିଯାଇଥିଲା। ସେଠାରେ ଉତ୍ତେଜନା ପ୍ରକାଶ ପାଇବା ପରେ ଲହୁଣିପଡ଼ା ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇଛି। ଅନ୍ୟପଟେ ଦୁଇ ଅଭିଯୁକ୍ତଙ୍କୁ  ପୋଲିସ ଗିରଫ କରି ଅଧିକ ତଦନ୍ତ ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.