ଦାଦାବଟି ମାଗି ମରଣାନ୍ତକ ଆକ୍ରମଣ କରି ଫେରାରଥିବା ଅଭିଯୁକ୍ତ ଗିରଫ
25/05/2022 at 11:21 PM

ମାହାଙ୍ଗା ୨୫/୦୫: କଟକ ଜିଲ୍ଲା ମାହାଙ୍ଗା ଥାନା କୁହୁଣ୍ଡା ପଞ୍ଚାୟତର କଲ୍ୟାଣପୁର ଛକରେ ବନ୍ଧୁକ ଦେଖାଇ ଦାଦାବଟି ମାଗିବା ଓ ଟଙ୍କା ନଦେବାରୁ ଯୁବକ ଉପରେ ମରଣତ୍ମକ ଆକ୍ରମଣ କରିବା ଘଟଣାରେ ଜଣେ ଯୁବକ ଗିରଫ। ଗିରଫ ଯୁବକ ଜଣକ ହେଲେ କୁହୁଣ୍ଡା ଗ୍ରାମର ନିତ୍ୟାନନ୍ଦ ସାହୁଙ୍କ ପୁଅ ସୁନିତ୍ କୁମାର ସାହୁ ଓରଫ ବାପୁ।
ଗତ ଏପ୍ରିଲ ମାସ ୯ ତାରିଖ ଦିନ ଦ୍ୱିପ୍ରହରେ କଲ୍ୟାଣପୁର ଛକରେ ସୁନିତ ସାହୁ ଛିଡା ହୋଇଥିବା ବେଳେ ଶିପୁରା ଗାଁର ଅମିୟ ରଞ୍ଜନ ଦାସ ସେହି ବାଟ ଦେଇ ଯାଉଥିବା ବେଳେ ସୁନୀତ କୁମାର ସାହୁ ବନ୍ଧୁକ ଦେଖାଇ ଅମିୟଙ୍କୁ ଦାଦା ବଟି ମାଗିଥିଲେ। ଅମିୟ ଟଙ୍କା ନଦେବାରୁ ତାଙ୍କ ପକେଟରୁ ଜୋର୍ ଜବରଦସ୍ତ କିଛି ଟଙ୍କା ଛଡେଇବା ସହ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା।
ସ୍ଥାନୀୟ ଲୋକମାନେ ଅମିୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ଘଟଣା ସ୍ଥଳରୁ ସୁନୀତ ଫେରାର ହୋଇ ଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ମାହାଙ୍ଗା ପୋଲିସ ସୁନିତକୁ ଗିରଫ କରିଛି। ସୁନୀତ ପାଖରୁ ପୋଲିସ ନକଲି ବନ୍ଧୁକ ଜବତ କରିବା ସହ ତାକୁ ଅଦାଲତ ଚାଲାଣ କରିଛି।