scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଝିଅକୁ ଦୁଷ୍କର୍ମ କରିବାବେଳେ ଉବେର ଡ୍ରାଇଭରକୁ ଧରିଲେ ବାପା : ଆପ୍ ଯୋଗେଁ ଲୋକେସନରେ ପହଞ୍ଚିଲେ

9/06/2019 at 10:59 AM

ଭୋପାଳ ୯/୬: ଜଣେ ପିତା ତାଙ୍କ ଝିଅକୁ ଦୁଷ୍କର୍ମ କରିବାବେଳେ ଉବେର ଡ୍ରାଇଭରକୁ ଚତୁରତାର ସହ ଧରିଛନ୍ତି। ତାଙ୍କ କହିବାନୁସାରେ ଝିଅର ଘରକୁ ଫେରିବାରେ ବିଳମ୍ବ ହେବାରୁ ଏହି ଆପ୍ ଜରିଆରେ ତାଙ୍କୁ ଟ୍ରାକ୍ କରାଯାଇଥିଲା।

ସେ କହିଥିଲେ ଯେ ଊବେର ଡ୍ରାଇଭର ପଛ ସିଟରେ ତାଙ୍କର ୨୫ବର୍ଷର ଝିଅକୁ ଦୁଷ୍କର୍ମ କରିଥିଲେ। ଏହି ଘଟଣା ଘଟିଛି ମଧ୍ୟପ୍ରଦେଶର ଭୋପାଳରେ।

ବାପା ଏବଂ ଅଭିଯୁକ୍ତ ମଧ୍ୟରେ କଥାବାର୍ତ୍ତା ମଧ୍ୟ ହୋଇଥିଲା। ଅଭିଯୁକ୍ତ ତାଙ୍କ ଉପରେ ପୀଡ଼ିତାଙ୍କ ହ୍ୟାଣ୍ତବ୍ୟାଗ ଫୋପାଡ଼ିଥିଲା ଏବଂ ଫେରାର ହୋଇଯାଇଥିଲା। ଏହି ଘଟଣା ଗତକାଲି ଶନିବାର ବିଳମ୍ବିତ ରାତିରେ ହୋଇଥିଲା।

ପୋଲିସ୍ ଘଟଣାକୁ ଦୁଷ୍କର୍ମ ଆଧାରରେ ଯାଞ୍ଚ କରୁଛି। ପୀଡ଼ିତାଙ୍କ ବାପା ପୋଲିସକୁ ଫୋନ୍ କରିଥିଲେ।

ଏବେ ଯାଏଁ କିନ୍ତୁ ଜଣା ପଡ଼ିନାହିଁ ଯେ ପୀଡ଼ିତାଙ୍କ ବାପା କେଉଁ ଆପ୍ ଜରିଆରେ ତାଙ୍କ ଝିଅକୁ ଟ୍ରାକ୍ କରୁଥିଲେ। କିନ୍ତୁ ସେ ଘଟଣାସ୍ଥଳକୁ ଠିକ୍ ସମୟରେ ପହଞ୍ଚିବାରେ ସଫଳ ହୋଇଥିଲେ।

   Related Posts