ସମ୍ବଲପୁର ୧୬।୭: ସମ୍ବଲପୁର ଭେଙ୍କେଟେଶ୍ବର ରାଇସ୍ ମିଲ୍ ମାଲିକଙ୍କ ଘରେ ଡକାୟତି ଅଭିଯୋଗ । ସୋମବାର ବିଳମ୍ବିତ ରାତିରେ ଏହି ଡକାୟତି ହୋଇଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ, ଦୁର୍ବୃତ୍ତମାନେ ସମ୍ବଲପୁର ବୁର୍ଲା ଥାନା ବାବୁବନ୍ଧ ସ୍ଥିତ ରାଇସ୍ ମିଲ୍ ମାଲିକଙ୍କ ଘରେ ପଶିଥିଲେ । ଘର ସପରିବାର ସଦସ୍ଯଙ୍କୁ ବାନ୍ଧି ୧୦୦ ଗ୍ରାମ ସୁନା ଓ ୧ ଲକ୍ଷ ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି । ଘଟଣା ପରେ ବୁର୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
You Can Read:
ସ୍କୁଲ ପରିସରରେ ପଶିଲା ଭାଲୁ : ଛାତ୍ରଛାତ୍ରୀ ଭୟଭୀତ, ଅଧାରୁ ସ୍କୁଲ ବନ୍ଦ