ପୋଲିସକର୍ମୀଙ୍କୁ କରିଥିଲା ହତ୍ୟା, ୩୮ବର୍ଷ ପରେ ହେଲା ଗିରଫ

Published By : Prameya-News7 Bureau | July 11, 2020 IST

ନୂଆଦିଲ୍ଲୀ ୧୧।୦୭: ଆଇନ ସହିତ ଚାଲିଥିବା ଲୁଚକାଳି ଖେଳର ଅନ୍ତ ହୋଇଛି । ଦୀର୍ଘ ୩୮ ବର୍ଷ ଧରି ପୋଲିସ ସହିତ ଚାଲିଥିବା ଲୁଚକାଳି ଖେଳ ଶେଷ ହୋଇଛି । ହତ୍ୟା ଓ ଡକାୟତି ମାମଲାରେ ଜଣେ ଓ୍ୱାଣ୍ଟେଡ଼କୁ ଗିରଫ କରିଛି ପୋଲିସ । ସୀମାନ୍ତ  ଜିଲ୍ଲା ରାଜସ୍ଥାନ ବାଡେମେରରୁ  ଗିରଫ କରିଛି ଗୁଜୁରାଟ ପୋଲିସ ।  

ସୂଚନାଯୋଗ୍ୟ ଯେ, ଗୁଜରାଟ ପୋଲିସ ଶୁକ୍ରବାର ଦିନ ୩୮ବର୍ଷର ପୂରୂଣା ହତ୍ୟା ଓ ଡକାୟତି ମାମଲାରେ ଜଣେ ଓ୍ୱାଣ୍ଟେଡ଼କୁ ଗିରଫ କରିଛି । ବାଡ଼ମେର ପୋଲିସ ଅଧିକ୍ଷକ ଆନନ୍ଦ ଶର୍ମାଙ୍କ ଅନୁସାରେ ୬୬ବର୍ଷାୟ ଶକ୍ତିଦାନ ସିଂହକୁ ଗୁଜୁରାଟ ପୋଲିସ ବିଜବାଲା ଗାଁରୁ ଗିରଫ କରିଛି । ତାକୁ ୩୮ବର୍ଷ ହେଲା ହତ୍ୟା ଓ ଡକାୟିତ ମାମଲାରେ ଓ୍ୱେଣ୍ଟେଡ୍‌ ରହିଥିଲା । କିଛି ଦିନ ହେଲା ପୋଲିସ ବିଭିନ୍ନସ୍ଥାନରେ ଖୋଜାଖୋଜି ଜାରି ରଖିଥିଲା ।

ବାଡ଼ମେର ପୋଲିସ ଅଧିକ୍ଷକ ଆନନ୍ଦ ଶର୍ମାଙ୍କ ଅନୁସାରେ , ଶକ୍ତିଦାନ ସିଂହ ୧୯୮୦ଦଶକରେ ବହୁ ଡକାୟତି ମାମଲା ରହିଥିଲା । ପୋଲିସ ତାକୁ ଧରିବା ପାଇଁ ଅପରେସନ ଆରମ୍ଭ କରିଥିଲା । ୧୯୮୨ରେ ଗୁଜୁରାଟର ବନାସକାଠା ଜିଲ୍ଲାରେ ଇକବାଲଗଡ ଅଞ୍ଚଳରେ ଲୁଚି ଥିବାର ଖବର ମିଳିଥିଲା । ପୋଲିସ ଖବର ମିଳିବା ମାତ୍ରେ ଅପରେସନ ଆରମ୍ଭ କରିଥିଲା । କିନ୍ତୁ ସେଠାରେ ଗୁଳିଚାଳନା ଆରମ୍ଭ ହୋଇଯାଇଥିଲା । ଏହି ଅପରେସନ ସମୟରେ ଗୁଳିଚାଳନା ମଧ୍ୟ ହୋଇଥିଲା । ଯେଉଁଥିରେ କି ଜଣେ ପୋଲିସକର୍ମୀ ସମେତ ଦୁଇ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ସେବେଠାରୁ ଶକ୍ତିଦାନ ସିଂହ ନିଖୋଜ ଥିଲା । ଶକ୍ତିଦାନ ସିଂହରୁ ଗୃହ ରାଜ୍ୟ ରାଜସ୍ଥାନରେ, ସେଠାରେ ମଧ୍ୟ ତା ନାମରେ ୪୦ରୁ ଅଧିକ ମାମଲା ରହିଛି । ଶେଷରେ ପୋଲିସ ଶୁକ୍ରବାର ଦିନ ପୋଲିସ ଓ୍ୱାଣ୍ଟେଡ ଅପରାଧୀକୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.