ଶିକ୍ଷକ ଭୂମିକାରେ ବିଧାୟକ ମନୋହର ରନ୍ଧାରୀ, ସାଙ୍ଗରେ ମୁନ୍ନା ଖାଁ…

Published By : Prameya-News7 Bureau | October 22, 2019 IST

ନବରଙ୍ଗପୁର ୨୨|୧୦: ଶିକ୍ଷକ ଭୂମିକାରେ ବିଧାୟକ । ଶିକ୍ଷକ ସାଜି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କଲେ ଡାବୁଗାଁ  ବିଧାୟକ  ମନୋହର ରନ୍ଧାରୀ । ନିଜେ ଶିକ୍ଷକ ଭୂମିକାରେ ଅବତୀର୍ଣ୍ଣ ହୋଇ  ସମାଜରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିବାର ବାର୍ତ୍ତା ଦେଇଛନ୍ତି ବିଧାୟକ ।  ଶିକ୍ଷାଦାନ ନିମନ୍ତେ ବାଛି ନେଇଛନ୍ତି ଖରକି ଆଶ୍ରମ ବିଦ୍ୟାଳୟ ଓ ଡାବୁଗାଁ ଏସଏସଡି ହାଇସ୍କୁଲକୁ ।

{"id":173130}

ବିଧାୟକ ଖରକି ଆଶ୍ରମ ବିଦ୍ୟାଳୟ ପରିଦର୍ଶନ ପାଇଁ ଯାଇଥିଲେ । ବିଦ୍ୟାଳୟରେ ଶିକ୍ଷାଦାନ ଚାଲିଥିବା ବେଳେ ପହଞ୍ଚିଥିଲେ ଶ୍ରେଣୀ ଗୃହ କୁ ।ଶିକ୍ଷକଙ୍କ ନିକଟରୁ ଶିକ୍ଷାଗ୍ରହଣ କରୁଥିବା   ଛାତ୍ରଛାତ୍ରୀଙ୍କୁ ଆରମ୍ଭ କରିଥିଲେ ଗଣିତ  ଶିକ୍ଷାଦାନ । ଆଉ ଛାତ୍ରଛାତ୍ରୀ ଙ୍କୁ ପଚାରିଥିଲେ ଗୋଟିଏ ପରେ ଗୋଟିଏ ଗଣିତ ଓ ମହାତ୍ମା ଗାନ୍ଧୀ ସମ୍ପର୍କରେ  ପ୍ରଶ୍ନ । 

{"id":173132}

ଏହାସହ ଅନ୍ୟ ବିଷୟରେ ମଧ୍ୟ ପ୍ରଶ୍ନ ପଚାରିଥିଲେ । ଆଉ ଛାତ୍ରଛାତ୍ରୀ ମାନେ ମଧ୍ୟ ରଖୁଥିଲେ ବିଧାୟକଙ୍କ ପ୍ରଶ୍ନ ର  ଉତ୍ତର ।  ବିଧାୟକ ଶିକ୍ଷକ ସାଜି ଶିକ୍ଷାଦାନ କରୁଥିବାବେଳେ ଛାତ୍ରଛାତ୍ରୀ ମାନେ ମଧ୍ୟ ବିଧାୟକଙ୍କ ନିକଟରୁ ଶିକ୍ଷାଦାନ ପାଇ ଖୁସିରେ ଶିକ୍ଷା ଗ୍ରହଣ କରୁଥିଲେ ।

{"id":173133}

ବିଧାୟକଙ୍କ ସହ ରାଜ୍ୟ ଏସସି ଏସଟି ବିଭାଗର ଉପଦେଷ୍ଟା ମୁନ୍ନା ଖାଁ ମଧ୍ୟ ସ୍କୁଲ ରେ ଯାଇ ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷାଦାନ କରିଥିଲେ ।  ଆଶ୍ରମ ବିଦ୍ୟାଳୟର ହଷ୍ଟେଲ ଛାତ୍ରଛାତ୍ରୀଙ୍କ ନିଆଣ୍ଟିଆ ରନ୍ଧାଖାଦ୍ୟକୁ ନେଇ ଅସନ୍ତୋଷ ଜାହିର କରି ଓ ଆଶ୍ରମ ଶିକ୍ଷକ ସଂଘ ସହ ଅତୀତରେ ବିଧାୟକଙ୍କ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।

{"id":173134}

ତେବେ ବିଧାୟକ ପୁଣି ସେହି ଆଶ୍ରମ ବିଦ୍ୟାଳୟ କୁ ବାଛି ଶିକ୍ଷାଦାନ କରିବା ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ନିଜ ର ନିଆରା  ଅନ୍ଦାଜ ଓ କାର୍ଯ୍ୟଶୈଳୀ ପାଇଁ ଉପାନ୍ତ ଅଞ୍ଚଳର ଏହି ବିଧାୟକ  ଗଣ ମାଧ୍ୟମର ଶିରୋନାମା ପାଲଟିଥିବାବେଳେ ପୁଣି ଶିକ୍ଷକ ଭୂମିକା ପାଇଁ ଚର୍ଚ୍ଚା ସାଉଁଟିଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.