ସୋସିଆଲ ମିଡିଆରେ ଭାଇରାଲ ହେଲା 'ମୁନ୍ନା ବଦନାମ ହୁଆ' ଗୀତର ଟିଜର, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | November 29, 2019 IST

ଦବଙ୍ଗ-୩ ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚାରେ ଥିଲା। ଦର୍ଶକ ଓ ସଲମାନଙ୍କ ଫ୍ୟାନ୍ସ ଏହି ଫିଲ୍ମ ରିଲିଜ ହେବା ଅପେକ୍ଷାରେ ଅଛନ୍ତି। ଟ୍ରେଲରରେ ଉଭୟରୋମାନ୍ସ​‌, କମେଡି ଦେଖିବାକୁ ମିଳିଛି।ତେବେ ଫିଲ୍ମ ରିଲିଜକୁ ଆଉ ମାତ୍ର ୩ ସପ୍ତାହ ବାକି ରହିଛି। ଏନେଇ ଦର୍ଶକ ଖୁବ ଉତ୍ସାହିତ ମଧ୍ୟ ଅଛନ୍ତି। ଖୁବ୍ ଜୋରସୋରରେ ଦବଙ୍ଗ-୩ର ପ୍ରମ‌ୋସନ କରୁଛନ୍ତି ପୂରା ଟିମ୍।

{"id":191474,"sizeSlug":"large"}

 ଫିଲ୍ମର ଟ୍ରେଲର ଓ ଗୀତ କିଛି ଦିନ ତଳେ ରିଲିଜ୍ ହୋଇଥିଲା। ଏବେ ଫିଲ୍ମର ମୁଖ୍ୟ ଆଇଟମ୍ ଗୀତର ଟିଜର ରିଲିଜ୍ ହୋଇଛି। ଫିଲ୍ମ 'ଦବଙ୍ଗ'ରେ 'ମୁନ୍ନି ବଦନାମ୍ ହୁଇ' ଗୀତ ହିଟ୍ ହୋଇଥିଲା। ଏବେ'ଦବଙ୍ଗ-୩'ରେ ଏଥିରେ ଟିକେ ପରିବର୍ତ୍ତନ ହୋଇଛି।ଏଥର ଗୀତର ଟାଇଟଲ 'ମୁନ୍ନା ବଦନାମ ହୁଆ' ରଖାଯାଇଥିବା ବେଳେ ମଲ୍ଲାଇକାଙ୍କ ବଦଳରେ ୱରିନା ହୁସେନଙ୍କୁ ଦେଖିବାକୁ ମିଳିବ। ଗୀତର କୋରିଓଗ୍ରାଫି ବୈଭବି ମର୍ଚ୍ଚାଣ୍ଟ କରିଛନ୍ତି।

{"id":191475,"sizeSlug":"large"}

ଏହି ଗୀତରେ ସଲମାନ ଓ କୋରିଓଗ୍ରାଫର ପ୍ରଭୁଦେବାଙ୍କୁ ଏକା ସହ ଡାନ୍ସ କରିବାର ଦେଖିବାକୁ ମିଳିବ। ଦବଙ୍ଗ ଖ‌ାନ୍ ସଲମାନ ଏହି ଗୀତ ପାଇଁ ଆଇଟମ ବଏ ପାଲଟିଛନ୍ତି।

{"id":191478,"sizeSlug":"large"}

ସୂଚନାଯୋଗ୍ୟ ଯେ, ଫିଲ୍ମରେ ସଲମାନଙ୍କ ବ୍ୟତୀତ ସୋନାକ୍ଷୀ ସିହ୍ନା, କିଚା ସୁଦୀପା ଓ ସାଇ ମଞ୍ଜ୍ରେକରଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମଟି ଡିସେମ୍ବର ମାସ ୨୦ ତାରିଖରେ ରିଲିଜ୍ ହେବ ।

wp:core-embed/youtube {"url":"https://www.youtube.com/watch?v=umCJHy9Wc10\u0026feature=emb_title","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=umCJHy9Wc10&feature=emb_title
/wp:core-embed/youtube

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.