କହ୍ନେୟା ନିଜକୁ ନିଜେ ପାର୍ଟିରୁ ବାହାରି ଯାଇଛନ୍ତି: ଡି. ରାଜା

Published By : Prameya-News7 Bureau | September 28, 2021 IST

ନୂଆଦିଲ୍ଲୀ ୨୮।୯: ଜେଏନୟୁ ଛାତ୍ର ସଂସଦର ପୂର୍ବତନ ସଭାପତି ତଥା ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ନେତା କହ୍ନେୟା କୁମାର ମଙ୍ଗଳବାର କଂଗ୍ରେସରେ ଯୋଗ ଦେଇଛନ୍ତି। ସିପିଆଇ ସାଧାରଣ ସମ୍ପାଦକ ଡି.ରାଜା ଏ ନେଇ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ସିପିଆଇ ଜାତି ବିହୀନ ଓ ବର୍ଗ ବିହୀନ ସମାଜ ଲାଗି ସଂଘର୍ଷ କରୁଥିବା ଏକ ରାଜନୈତିକ ଦଳ। କହ୍ନେୟା କୁମାର ନିଜକୁ ନିଜେ ଦଳ ଛାଡିଛନ୍ତି। ଅର୍ଥାତ କମ୍ୟୁନିଷ୍ଟ ବିଚାରଧାରା ପ୍ରତି ତାଙ୍କର ଆସ୍ଥାନଥିବା ପ୍ରମାଣିତ ହେଉଛି।

{"id":519153,"width":838,"height":516,"sizeSlug":"full","linkDestination":"none"}

ତେବେ କହ୍ନେୟା କୁମାରଙ୍କ ଦଳ ତ୍ୟାଗ ପାର୍ଟିକୁ କୌଣସି ପ୍ରକାର ପ୍ରଭାବିତ କରିବ ନାହିଁ ବୋଲି ସେ କହିଛନ୍ତି। ତାଙ୍କର ଆତ୍ମ ନିଷ୍କାସନ ପରେ ବି ଦଳ କାମ କରିବ ଓ ସଫଳ ମଧ୍ୟ ହେବ ବୋଲି କହିଛନ୍ତି। ତାଙ୍କ ପୂର୍ବରୁ ବି ପାର୍ଟି ଥିଲା ଓ ପରେ ବି ରହିବ। ହେଲେ କାହାର ମହତ୍ୱାକାଙକ୍ଷା ଲାଗି ପାର୍ଟିରେ ସ୍ଥାନ ନାହିଁ। ତାଙ୍କର ମହତ୍ୱାକାଙକ୍ଷା ହିଁ ତାଙ୍କୁ କଂଗ୍ରେସରେ ଯୋଗଦାନ ଲାଗି ଉତ୍ସାହିତ କରିଛି। ଆମ ପାର୍ଟି ନିଶ୍ୱାର୍ଥ ଓ ବଳିଦାନ ଲାଗି, ତେବେ ସେ ପାର୍ଟି ପ୍ରତି ସମର୍ପିତ ନଥିଲେ ବୋଲି କୁହାଯାଇପାରେ ବୋଲି କହିଛନ୍ତି।

{"id":519154,"width":840,"height":472,"sizeSlug":"full","linkDestination":"none"}

ହେଲେ ଆଗକୁ ଯେଉଁମାନେ ପାର୍ଟିକୁ ଆସିବେ ସେମାନଙ୍କୁ ରାଜା ସତର୍କ କରାଇଦେଇଛନ୍ତି। ଯେଉଁମାନେ ସିପିଆଇକୁ ଆସିବେ ସେମାନେ ଦେଶ ଓ ଦେଶର ଅସଂଖ୍ୟ ଶ୍ରମଜୀବିଙ୍କ ହୀତ ଲାଗି ସର୍ବୋଚ୍ଚ ବଳିଦାନ ଦେଇ ଏହିପରି ନିଶ୍ୱାର୍ଥ ଜୀବନ ବଞ୍ଚିବା ଲାଗି ପ୍ରସ୍ତୁତ ରହିବାକୁ ହେବ। ତେବେ କହ୍ନେୟା କୁମାର ପ୍ରଥମରୁ ହିଁ ମହତ୍ୱାକାଙକ୍ଷୀ ବୋଲି ଜଣାପଡୁଥିଲେ। ଏଣୁ ପାର୍ଟିରେ ତାଙ୍କୁ ବୁଝାଇବାକୁ କେହି ଆସିନଥିଲେ ବୋଲି ରାଜା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.