ବିଶ୍ୱ ଚେସ୍ ଚାମ୍ପିୟନଶିପ୍‌ରେ ଗୁକେଶଙ୍କ ଜୋରଦାର କମ୍‌ବ୍ୟାକ୍, ୩ୟ ରାଉଣ୍ଡରେ ଡିଙ୍ଗ ଲିରେନଙ୍କୁ ହରାଇଲେ

Published By : Prameya-News7 Bureau | November 27, 2024 IST

ନୂଆଦିଲ୍ଲୀ: ବିଶ୍ୱ ଚେସ୍ ଚାମ୍ପିୟନଶିପରେ ଭାରତୀୟ ଗ୍ରାଣ୍ଡମାଷ୍ଟର ଡି.ଗୁକେଶ ଜୋରଦାର କମବ୍ୟାକ୍ କରିଛନ୍ତି । ଡି.ଗୁକେଶ ବୁଧବାର ଡିଫେଣ୍ଡିଂ ଚାମ୍ପିୟନ ଚୀନର ଡିଙ୍ଗ ଲିରେନଙ୍କୁ ତୃତୀୟ ରାଉଣ୍ଡରେ ପରାସ୍ତ କରିଛନ୍ତି । ସିଙ୍ଗାପୁରର ରିସର୍ଟ୍ସ ୱାର୍ଲ୍ଡ ସେଣ୍ଟୋସା ଚାଲିଥିବା ବିଶ୍ୱ ଚେସ୍ ଚାମ୍ପିୟନଶିପରେ ଚୀନର ଲିରେନ ପ୍ରଥମ ଥର ପରାଜୟର ସାମନା କରିଛନ୍ତି । ଏହିପରି ଗୁକେଶ ନିଜ ପୂର୍ବ ପରାଜୟର ପ୍ରତିଶୋଧ ବି ନେଇଛନ୍ତି । ଏହାସହ ଉଭୟଙ୍କ ସ୍କୋର ବରାବର ହୋଇଛି ।

ତୃତୀୟ ରାଉଣ୍ଡ ଶେଷ ପରେ ଦୁଇ ଖେଳାଳିଙ୍କ ସ୍କୋର ୧.୫ ପଏଣ୍ଟ ସହ ବରାବରରେ ରହିଛି । ଚୀନର ଲିରେନ ପ୍ରଥମ ରାଉଣ୍ଡ ଜିତିଥିବା ବେଳେ ଦ୍ୱିତୀୟ ରାଉଣ୍ଡ ଉଭୟଙ୍କ ମଧ୍ୟରେ ଡ୍ର ରହିଥିଲା । ପ୍ରଥମ ବିଶ୍ରାମ ଦିବସ ପୂର୍ବରୁ ଆଜିର ମ୍ୟାଚ୍ କର ବା ମର ଥିଲା । ଆଜିର ମ୍ୟାଚରେ ପରାଜିତ ହୋଇଥିଲେ, କମବ୍ୟାକ୍ କରିବା କଷ୍ଟ ହୋଇଥାନ୍ତା । ୧୮ ବର୍ଷୀୟ ଗୁକେଶ କିନ୍ତୁ ଅତି ଚମତ୍କାର ଆରମ୍ଭ କରି ୩୨ ବର୍ଷୀୟ ଚାଇନିଜ୍ ଗ୍ରାଣ୍ଡମାଷ୍ଟରଙ୍କୁ ୩୭ ମୁଭ୍ ପରେ ପରାସ୍ତ କରିଛନ୍ତି ।

ୱାର୍ଲଡ୍ ଚେସ୍ ଚାମ୍ପିୟନଶିପରେ ୭.୫ ଅଙ୍କ ହାସଲ କରିବା ଖେଳାଳି ବିଜେତା ହେବେ । ବିଜେତାଙ୍କୁ ପୁରସ୍କାର ରାଶି ବାବଦକୁ ୨.୫ ମିଲିୟନ ଡଲାର ଟଙ୍କା ମିଳିବ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.