ନୂଆଦିଲ୍ଲୀ ୧୩/୦୮: ପ୍ୟାରିସ ଅଲିମ୍ପିକ୍ସରେ ମେଡାଲ ଜିତିଥିବା ଭାରତୀୟ ଖେଳାଳିଙ୍କୁ ଦିଆଯାଉଛି ବଢିଆ ଉପହାର । ଖେଳାଳି ପଦକ ଜିତିବା ପରେ ଗିପ୍ଟ ସହ ହେଉଛି ଧନର ବର୍ଷା । ତେବେ ଜଣେ ଏମିତି ଖେଳାଳି ଅଛନ୍ତି ଯିଏକି, ଅଲିମ୍ପିକ୍ସରେ ଭାଗ ନପାଇ ବି ପାଇଛନ୍ତି ମହଙ୍ଗା ଉପହାର । ୧୮ ବର୍ଷୀୟ ଏହି ଖେଳାଳିଙ୍କୁ ଉପହାରରେ ମିଳିଛି ଦାମୀ ଗାଡି । ଜାଣିଛନ୍ତି କିଏ ସେହି ଯୁବ ଖେଳାଳି ।
ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ୧୮ ବର୍ଷୀୟ ଭାରତୀୟ ଚେସ୍ ତାରକା ଗ୍ରାଣ୍ଡ ମାଷ୍ଟର ଡି-ଗୁକେଶ । ଯିଏକି ୩-୪ ବର୍ଷ ହେବ ଚେସ୍ରେ ଆତଙ୍କ ସୃଷ୍ଟି କରି ଆସୁଛନ୍ତି । ଏବେ ବିଶ୍ୱ ଚାମ୍ପିଅନସିପ୍ରେ ନିଜର ଦବଦବା ଜାହିର କରିବାକୁ ବସିଛନ୍ତି । ଏହି ବର୍ଷ ଗୁକେଶ କାନାଡାେ ହେଉଥିବା ଟୁର୍ଣ୍ଣାମେଣ୍ଟ ଜିତିବା ସହ ବିଶ୍ୱ ଚାମ୍ପିଅନସିପ୍ ତୁଳନାରେ ନିଜର ସ୍ଥାନ ପକ୍କା କରିଥିଲେ ।
ଏମିତି କରିବାରେ ବିଶ୍ୱର ସବୁଠୁ ଯୁବ ଗ୍ରାଣ୍ଡ ମାଷ୍ଟର ହୋଇଛନ୍ତି । ଗୁକେଶଙ୍କ ସଫଳତା ପରେ ଚେନ୍ନାଇର ଗୋଟିଏ ସ୍କୁଲ୍ ଓ୍ୱେଲମଲ ନେକ୍ସସ ତରଫରୁ ଖାସ୍ ଗିଫ୍କ ଦିଆଯାଇଛି । ତେବେ ଏହି ଗିଫ୍ଚ ଏମିତି ସେମିତି ନୁହେଁ, ବରଂ ଥିଲା ଗୋଟିଏ ଦାମୀ କାର୍ ।
ରିପୋର୍ଟ ମୁତାବିକ୍ ଗୁକେଶଙ୍କୁ ତାଙ୍କ ସ୍କୁଲ୍ ତରଫରୁ ଖାସ୍ ଇଭେଣ୍ଟ କରାଯାଇ ସମ୍ମାନୀତ କରାଯାଇଥିଲା । ଏହି ଇଭେଣ୍ଟରେ ତାଙ୍କୁ ୯୦ ଲକ୍ଷର ମର୍ସିଜିଡ୍ କାର୍ ଦିଆଯାଇଥିଲା ଉପହାର ସ୍ୱରୂପ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଗୁକେଶଙ୍କୁ ଡ୍ରାଇଭିଂ ଜଣାନାହିଁ । ଆଗକୁ ସେ ଡ୍ରାଇଭିଂ ଶିଖିବା ପରେ ଧୀରେ ଧୀରେ ଏହାକୁ ଚଳାଇବେ ।