WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଏଠାରେ ବାର୍ଷିକ ଜଣେ ବ୍ୟକ୍ତି ପିଅନ୍ତି ୧୪୦ ଲିଟର ବିୟର୍‌ , ଜାଣନ୍ତୁ କେଉଁ ସ୍ଥାନରେ ଅଛନ୍ତି ଭାରତୀୟ ?  

26/09/2023 at 4:07 PM

ନୂଆଦିଲ୍ଲୀ ୨୪।୦୯: ବିୟର୍ ପିଇବାରେ ରେକର୍ଡ । ବର୍ଷକୁ ଜଣେ ବ୍ୟକ୍ତି ପିଅନ୍ତି ୧୪୦ ଲିଟର । ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏହି ଦେଶଟି ହେଉଛି ଚେକ୍ ରିପବ୍ଲିକ ।  ଓ୍ବାର୍ଲ ଅଫ୍ ଷ୍ଟାଟିଷ୍ଟିକ୍ସର ରିପୋର୍ଟ ଅନୁଯାୟୀ, ଏମିତି କେବଳ ଗୋଟିଏ ଦେଶ ନୁହେଁ ଏହି ଲିଷ୍ଟରେ ଅଛନ୍ତି ୧୦ଟି ଦେଶର ଲୋକ । ଆସନ୍ତୁ ଜାଣିବା ଏହି ଦେଶ ଗୁଡିକ ବିଷୟରେ…

ସବୁଠାରୁ ଅଧିକ ବିୟର ଚେକ୍ ରିପବ୍ଲିକରେ ପିଆଯାଇଥାଏ ।  ଏଠାକାର ଲୋକମାନେ ବିୟର ପିଇବାକୁ ଅଧିକ ପସନ୍ଦ କରନ୍ତି  । ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଚେକ୍ ରିପବ୍ଲିକରେ ଜଣେ ବ୍ୟକ୍ତି ବାର୍ଷିକ ୧୪୦ ଲିଟର ବିୟର ପିଇଯାଆନ୍ତି ।  ଯଦି ମାସିକ ହିସାବ କରାଯାଏ, ତେବେ ଜଣେ ବ୍ୟକ୍ତି ମାସକରେ ସାଢେ ୧୧ ଲିଟର ବିୟର ପିଇଥାନ୍ତି । 

ରିପୋର୍ଟ ଅନୁଯାୟୀ, ସର୍ବାଧିକ ବିୟର ପିଉଥିବା ୧୦ ଦେଶ ମଧ୍ୟରୁ ୯ଟି ହେଉଛି ୟୁରୋପର । ସବୁଠାରୁ ଟପ୍ରେ ଚେକ ରିପବ୍ଲିକ୍ ରହିଥିବା ବେଳେ ଏହା ପଛକୁ ରହିଛି ଅଷ୍ଟ୍ରିଆ, ରୋମାନିଆ, ଜର୍ମାନୀ, ପୋଲାଣ୍ଡ, ଆୟର୍ଲାଣ୍ଡ, ସ୍ପେନ୍, କ୍ରୋଏସିଆ ଏବଂ ଲାଟଭିଆ । ଟପ୍ ୧୦ ଦେଶ ମଧ୍ୟରେ ଏକମାତ୍ର ଅଣ-ୟୁରୋପୀୟ ଦେଶ ହେଉଛି ନାମିବ୍ୟା । ଏଠାକାର ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ବର୍ଷରେ ୯୫.୫ ଲିଟର ପିଇଥାନ୍ତି ବିୟର ।

ଚେକ୍ ରିପବ୍ଲିକ ପରେ ଦ୍ୱିତୀୟ ସ୍ଥାନରେ ରହିଛି ଅଷ୍ଟ୍ରିଆ । ଏହି ଦେଶର ପ୍ରତ୍ୟେକ ବ୍ୟକ୍ତି ବର୍ଷକରେ ୧୦୭.୮ ଲିଟର ବିୟର ପିଅନ୍ତି । ସେହିପରି ରୋମାନିଆରେ ଜଣେ ବ୍ୟକ୍ତି ବାର୍ଷିକ ୧୦୦.୩ ଲିଟର, ଜର୍ମାନୀରେ ୯୯.୮ ଲିଟର ଏବଂ ପୋଲାଣ୍ଡରେ ୯୭.୭  ଲିଟର ବିୟର୍ ପିଇଥାନ୍ତି । ଆୟର୍ଲାଣ୍ଡର ପ୍ରତ୍ୟେକ ବ୍ୟକ୍ତି ବାର୍ଷିକ ୯୨.୯ ଲିଟର ଏବଂ  ସ୍ପେନରେ ବାର୍ଷିକ ମୁଣ୍ଡପିଛା ବିୟର  ପିଇଥାନ୍ତି ୮୮.୮ ଲିଟର । ସେହିପରି କ୍ରୋଏସିଆରେ ୮୫.୫  ଲିଟର ଏବଂ ଲାଟଭିଆରେ ୮୧.୪ ଲିଟର ।

ଏହାପଛକୁ ଅଛନ୍ତି ଇଷ୍ଟୋନିଆ (୮୦.୫ ଲିଟର), ସ୍ଲୋଭେନିଆ (୮୦ ଲିଟର), ନେଦରଲ୍ୟାଣ୍ଡ (୭୯.୩ ଲିଟର), ବୁଲଗେରିଆ (୭୮.୭ ଲିଟର), ପାନାମା (୭୮.୩ ଲିଟର), ଅଷ୍ଟ୍ରେଲିଆ (୭୫.୧ ଲିଟର) ଏବଂ ମୁଣ୍ଡପିଛା ବିୟର ଲିଥୁଆରେ ପିଅନ୍ତି (୭୪.୪ ଲିଟର) । ବିୟର ପିଇବା ଦୃଷ୍ଟିରୁ ଭାରତ ବହୁତ ତଳେ ରହିଛି । ଭାରତରେ ସାଧାରଣ ବ୍ୟକ୍ତି ବର୍ଷକରେ ୨ ଲିଟର ବିୟର ପିଇଥାନ୍ତି ।  କେବଳ ଇଣ୍ଡୋନେସିଆ ଭାରତ ତଳେ ଅଛି ।

You Can Read:

   Related Posts