ଏହି ଗ୍ରୁପ୍ ରେ ଯୋଗଦେଲେ ସାଇରସ ମିସ୍ତ୍ରୀଙ୍କ ପୁଅ, ମିଳିପାରେ ଗୁରୁତ୍ବପୂର୍ଣ୍ଣ ପଦବୀ
7/12/2022 at 10:37 PM

ନୂଆଦିଲ୍ଳୀ, ୭/୧୨: ଶାପୁରଜୀ ପାଲୋନଜୀ (ଏସପି) ଗ୍ରୁପରେ ଯୋଗଦେଲେ ସାଇରସ ମିସ୍ତ୍ରୀଙ୍କ ଦୁଇ ପୁଅ। ଗତ ସେପ୍ଟେମ୍ବର ୪ ତାରିଖରେ କାର୍ ଦୁର୍ଘଟଣାର ପ୍ରାଣ ହରାଇଥିବା ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ୍ ସାଇରସ ମିସ୍ତ୍ରୀଙ୍କ ଦୁଇ ପୁଅ ଶାପୁରଜୀ ପାଲୋନଜୀ (ଏସପି) ଗ୍ରୁପରେ ଯୋଗ ଦେଇଛନ୍ତି। ୨୬ ବର୍ଷୀୟ ଫିରୋଜ୍ ମିସ୍ତ୍ରୀ ଏବଂ ୨୪ ବର୍ଷୀୟ ଜାହାନ ମିସ୍ତ୍ରୀ ଏସପି ଗ୍ରୁପର ଅଂଶ ଭାବରେ ରହିଆସିଛନ୍ତି। ଉଭୟ ଚେୟାରମ୍ୟାନ୍ ଏବଂ ସାଇରସଙ୍କ ବଡ଼ ଭାଇ ଶପୁରଙ୍କ ବ୍ୟକ୍ତିଗତ ଭାବରେ ତତ୍ତ୍ବାବଧାନରେ ରହିଆସିଛନ୍ତି।
କୁହାଯାଉଛି ୧୮ ମାସ ପର୍ଯ୍ୟନ୍ତ ଦୁଇ ଭାଇ ଗ୍ରୁପ୍ର ବିଭିନ୍ନ ବ୍ୟବସାୟରେ କାମ କରିବେ। ଏହାପରେ ସେମାନଙ୍କୁ ଏକ୍ସିକ୍ୟୁଟିଭ୍ ରୋଲ୍ ଦିଆଯାଇପାରେ। ଫିରୋଜ୍ ଏବଂ ଜାହାନ ନିକଟରେ ୟେଲ ଏବଂ ୟୁନିଭରସିଟି ଅଫ୍ ଓ୍ବାରଓ୍ବିକ୍ ପଢ଼ା ସଂପୂର୍ଣ୍ଣ କରି ଭାରତ ଫେରିଛନ୍ତି। ଉଭୟଙ୍କୁ ନେଇ ଗ୍ରୁପର ଜଣେ ଅଧିକାରୀ କହିଛନ୍ତି ଯେ ସେମାନଙ୍କୁ ସବୁ ମେମ୍ବର ସହଯୋଗ କରିବେ। ଶାପୁରଙ୍କ ପୁଅ ପାଲନ ମଧ୍ୟ ୫ ବର୍ଷ ପୂର୍ବରୁ ଗ୍ରୁପର ଅଂଶ ଭାବରେ ରହିଛନ୍ତି।
ଏସପିସିଏଲ ଭାରତର ଏକ ପୁରାତନ ଇଞ୍ଜିନୟିରିଂ ଏବଂ କନଷ୍ଟ୍ରକ୍ସନ କମ୍ପାନୀ ଭାବେ ପରିଚିତ। କମ୍ପାନୀରେ ଟାଟା ସନ୍ସର ୨୭ ବିଲିୟନ ଡଲାର ଅଂଶଧନ ରହିଛି ଯାହାର ମାଲିକାନା ସାଇରସ୍ ଏବଂ ଶାପୁରଙ୍କ ମଧ୍ୟରେ ମିସ୍ତ୍ରୀ ସମାନ ଭାବରେ ପିତା ପାଲୋଞ୍ଜୀ ବାଣ୍ଟିଥିଲେ।