ଦୁର୍ଘଟଣା ସମୟରେ ସିଟ୍ ବେଲ୍ଟ ପିନ୍ଧିନଥିଲେ 'ସାଇରସ୍ ମିସ୍ତ୍ରୀ', ୯ମିନିଟରେ ୨୦ କିଲୋମିଟର ଚାଲିଥିଲା ଗାଡି: ପୋଲିସ

Published By : Prameya-News7 Bureau | September 05, 2022 IST

ନୂଆଦିଲ୍ଲୀ ୦୯/୦୫: ରବିବାର ଦିନ ମୁମ୍ବାଇ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ପ୍ରାଥମିକ ଅନୁସନ୍ଧାନ ଆଧାରରେ ପୋଲିସ କହିଛି ଯେ ଯେଉଁ ବିଳାସପୂର୍ଣ୍ଣ କାରରେ ସାଇରସ୍ ମିସ୍ତ୍ରୀ ଏବଂ ଜାହାଙ୍ଗୀର ପାଣ୍ଡୋଲଙ୍କ ମୃତ୍ୟୁ ହେଲା । ବହୁତ ଦ୍ରୁତ ଗତିରେ ଯାତ୍ରା କରୁଥିଲା ସେହି କାର୍ । କାରର ଗତି ନିୟନ୍ତ୍ରଣ ନହୋଇଥିବାରୁ ଏପରି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛ ।

ପୋଲିସ କହିଛି ଗାଡିରେ ଯାଉଥିବା ସାଇରସ୍ ମିସ୍ତ୍ରୀ ଏବଂ ଜାହଙ୍ଗୀର ପାଣ୍ଡୋଲଙ୍କ ଉଭୟ ପଛ ସିଟରେ ବସିଥିଲେ । ହେଲେ ଏମାନଙ୍କ ମଧ୍ୟରୁ କେହି ସିଟ୍ ବେଲ୍ଟ ପିନ୍ଧି ନଥିଲେ । ଯେଉଁଥିପାଇଁ ଏପରି ଦୁର୍ଘଟଣା ଘଟଛି । ପାଲଗରର ଚରୋଟି ଚେକ୍ ପୋଷ୍ଟ ଅତିକ୍ରମ କରିବା କାରଟି ୯ମିନିଟରେ ୨୦ କିଲୋମିଟର ଯାତ୍ରା କରିଥିଲା ।

ପୋଲିସ କହିଛି ଯେ ମଧ୍ୟାହ୍ନ ୨.୨୧ସମୟରେ ପୋଷ୍ଟରେ କଏଦ ହୋଇଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିବାରୁ ସବୁକିଛି ଜଣାପଡିଛି । ଏହା ପରେ କାରର ବେଗ ଥିବା ଜଣାପଡିଥିଲା । ପୋଲିସ କହିଛି ଯେ ଯେତେବେଳେ କାରଟି ସୂର୍ଯ୍ୟ ନଦୀ ଉପରେ ଥିବା ଏକ ବ୍ରିଜ ଉପରେ ପହଞ୍ଚିଥିଲା ସେତେବଳେ ଏହି ଦର୍ଘଟଣା ଘଟିଥିଲା । ସେତେବେଳେ ସମୟ ପ୍ରାୟ ଦିନ ୨.୩୦ ସମୟ ହେବ ।

ଏଥିରୁ ସ୍ପଷ୍ଟ ଜଣାପଡେ ଯେ, କାରଟି ଏହି ଦୂରତାକୁ ମାତ୍ର ନଅ ମିନିଟରେ ଅତିକ୍ରମ କରିଥିଲା । ରିପୋର୍ଟରେ କୁହାଯାଇଛି ଯେ ଡ୍ରାଇଭିଂ କରୁଥିବା ଅନାହିତା ପାଣ୍ଡୋଲ ଗତି ନିୟନ୍ତ୍ରଣ କରିପାରିନଥିଲେ, ଫଳରେ ଦୁର୍ଘଟଣା ଘଟିଥିଲା । ସାଇରସ୍ ମିସ୍ତ୍ରୀ ଯେଉଁ କାରରେ ଯାଉଥିଲେ, ସେଥିରେ ୪ ଜଣ ଥିଲେ । କାରଟିକୁ ଡ୍ରାଇଭ କରୁଥିଲେ ମୁମ୍ବାଇର ସ୍ତ୍ରୀ ରୋଗ ବିଶେଷଜ୍ଞ ଅନାହିତା ପାଣ୍ଡୋଲ କାର ଚଳାଉଥିଲେ।

ଯେତେବେଳେ ସେ ସୂର୍ଯ୍ୟ ନଦୀ ଉପରେ ଥିବା ବ୍ରିଜ୍ ଉପରେ ରୋଡ୍ ଡିଭାଇଡର୍ ଉପରେ ଧକ୍କା ଦେଇଥିଲା ସେତେବେଳେ ସେ ଗାଡିଟିର ଗତି ଜୋର ଥିଲା । ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ କାରଟି ବାମ ପାର୍ଶ୍ୱରୁ ଅନ୍ୟ ଏକ ଗାଡିକୁ ଓଭରଟେକ୍ କରିବାକୁ ଚେଷ୍ଟା କରୁଥିଲା । ଯେଉଁଥିପାଇଁ ନିୟନ୍ତ୍ରଣ ହରାଇ ବସିଥିଲା । ଉଭୟ ସାଇରସ୍ ଏବଂ ଜାହାଙ୍ଗୀର ପଛ ସିଟରେ ଥିଲେ । ମୋଟର ଯାନ ଅଧିନିୟମ ଅନୁଯାୟୀ, ପଛ ସିଟରେ ଥିବା ବ୍ୟକ୍ତିଙ୍କ ପାଇଁ ପୂର୍ବ ପରି ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ ଅଟେ ।

wp:html /wp:html

ଏହି କାରଣରୁ, ଆଗ ସିଟରେ ବସିଥିବା ଉଭୟ ବ୍ୟକ୍ତି କାର ଚଳାଉଥିବା ଅନାହିତା ଏବଂ ଆଗ ସିଟରେ ବସିଥିବା ତାଙ୍କ ସ୍ୱାମୀ ଡାରିୟସ୍ ବଞ୍ଚି ଯାଇଥିଲେ । ତେବେ ଦୁହେଁ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଆଗ ସିଟ୍ ଏୟାରବ୍ୟାଗ ଉଭୟ ଅନାହିତା ଏବଂ ତାଙ୍କ ସ୍ୱାମୀ ଡାରିୟସଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ଦୁର୍ଘଟଣା ପରେ କାରର ଫଟୋରୁ ଜଣାପଡିଛି ଯେ କାରର ପଛପଟ ନଷ୍ଟ ହୋଇନାହିଁ ।

ସୂଚନା ଥାଉକି ଅନାହିତା ପାଣ୍ଡୋଲ ସାଇରସ୍ ମିଷ୍ଟ୍ରିଙ୍କ କାର୍ ଚଳାଉଥିଲେ । ତେବେ ଏହି ମହିଳା ଜଣଙ୍କ ହେଉଛନ୍ତି ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ । ୫୫ ବର୍ଷୀୟା ଡକ୍ଟର ଅନାହିତା ପାଣ୍ଡୋଲ ମୁମ୍ବାଇର ଜଣେ କ୍ଷାତନାମା ଡାକ୍ତର ଅଟନ୍ତି । ତାଙ୍କର ୩୨ ବର୍ଷର ଅଭିଜ୍ଞତା ରହିଛି । ମୋଟାମୋଟି ଭାବେ କହିବାକୁ ଗଲେ ବିଶେଷଜ୍ଞ ଭାବରେ ୨୫ ବର୍ଷର ଅଭିଜ୍ଞତା ଅଛି । ଡକ୍ଟର ପାଣ୍ଡୋଲ ୧୯୯୦ରେ ଟୋପିୱାଲା ନ୍ୟାସନାଲ ମେଡିକାଲ କଲେଜ ଏବଂ BYL ନାଇର ଚାରିଟେବୁଲ ହସପିଟାଲରୁ MBBS ସମାପ୍ତ କରିଥିଲେ । ସେ ୧୯୯୪ ରେ ସେହି କଲେଜରୁ MD-Obstetrics and Gynecology ସମାପ୍ତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.