ପୂର୍ବତନ ଟାଟା ଗ୍ରୁପ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ

Published By : Prameya-News7 Bureau | September 04, 2022 IST

ପାଲଘର ୪।୯: ବିଶିଷ୍ଟ ଉଦ୍ୟୋଗପତି ସାଇରସ ମିସ୍ତ୍ରୀ ରବିବାର ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ପାଲଘର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏହି ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଆରକ୍ଷୀ ଅଧିକ୍ଷକ କହିଛନ୍ତି। ସାଇରସ ପାଲୋନଜୀ ମିସ୍ତ୍ରୀ ୨୦୧୨ରୁ ୨୦୧୬ ପର୍ଯ୍ୟନ୍ତ ଭାରତର ପ୍ରତିଷ୍ଠିତ ଉଦ୍ୟୋଗ ଟାଟା ସନସ୍‌ଙ୍କ ଅଧ୍ୟକ୍ଷ ଥିଲେ।

ରବିବାର ସେ ଅହମ୍ମଦାବାଦରୁ ମୁମ୍ବାଇ ଆସୁଥିବା ରାସ୍ତାର ସୂର୍ଯ୍ୟ ନଦୀର ଚାରୋଟି ପୋଲ ଉପରେ ଦୁର୍ଘଟଣାର ଶିକାର ହୋଇଛନ୍ତି। ପୋଲିସ ସୂଚନା ଅନୁସାରେ ସେମାନେ ଯାତ୍ରା କରୁଥିବା ମର୍ସିଡିଜ କାର ରୋଡ ଡିଭାଇଡର ସହ ପିଟି ହୋଇଯାଇଥିଲା। ଦୁର୍ଘଟଣା ବେଳେ କାରରେ ଚାଳକଙ୍କୁ ମିସାଇ ମୋଟ ୪ ଜଣ ଥିଲେ। ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  

ସାଇରସ ମିସ୍ତ୍ରୀ କିଏ ?
ସାଇରସ ମିସ୍ତ୍ରୀଙ୍କ ଜନ୍ମ ମୁମ୍ବଇର ଏକ ପାରସୀ ପରିବାରରେ ହୋଇଥିଲା। ସେ ଉଦ୍ୟୋଗପତି ପାଲୋନଜୀ ମିସ୍ତ୍ରୀଙ୍କ ପୁତ୍ର ଥିଲେ। ସେ ଲଣ୍ଡନ ବିଜନେସ୍ ସ୍କୁଲରୁ ଶିକ୍ଷାଲାଭ କରିଥିବା ସାଇରସ ମିସ୍ତ୍ରୀ  ଇମ୍ପେରିୟାଲ କଲେଜରୁ ସେ ସ୍ନାତକ ଉତୀର୍ଣ୍ଣ ହୋଇଥିଲେ। ୨୦୦୬ ମସିହାରେ ସାଇରସ ମିସ୍ତ୍ରୀ ଟାଟା ସମୂହରେ ଯୋଗ ଦେଇଥିଲେ ଓ ୨୦୧୩ ମସିହାରେ ୪୩ ବର୍ଷ ବୟସରେ ଟାଟା ଗ୍ରୁପର ଅଧ୍ୟକ୍ଷ ହୋଇଥିଲେ। ୨୦୧୬ ମସିହାରେ ବିବାଦ ଯୋଗୁ ସାଇରସ ମିସ୍ତ୍ରୀଙ୍କୁ ଅଧ୍ୟକ୍ଷ ପଦରୁ ହଟିବାକୁ ପଡିଥିଲା।

ସାପୁରଜୀ ପାଲୋନଜୀ ସମୂହର ପ୍ରବନ୍ଧନ ନିର୍ଦ୍ଦେଶକ ମଧ୍ୟ ଥିଲେ ସାଇରସ ମିସ୍ତ୍ରୀ। ସେ ସାପୁରଜୀ ପାଲୋନଜୀ ଗ୍ରୁପ ଅଫ ଇଣ୍ଡଷ୍ଟ୍ରିର ଦାୟିତ୍ୱ ବେଶ ସମ୍ଭାଳିଥିଲେ। ସାଇରସ ମିସ୍ତ୍ରୀଙ୍କ ଜେଜେ ଶାପୁରଜୀ ମିସ୍ତ୍ରୀ ୧୯୩୦ରେ ତାଙ୍କ ପାରିବାରିକ ବ୍ୟବସାୟ ଆରମ୍ଭ କରିଥିଲେ ଏହା ସହ ସେ ଟାଟା ସମୂହଙ୍କ ଦୋରାବଜୀ ଟାଟାଙ୍କଠାରୁ ଅଂଶୀଦାରୀ କ୍ରୟ କରିଥିଲେ। ସେ ଟାଟା ସମୂହରେ ୧୮.୫ ପ୍ରତିଶତ ସେୟାର କିଣିଥିଲେ। ଭାରତରେ ମିସ୍ତ୍ରୀ ପରିବାର ଏକମାତ୍ର ପରିବାର ଯାହାଙ୍କ ସେୟାର ଟାଟାରେ ରହିଛି। ସାଇରସ ମିସ୍ତ୍ରୀ ଟାଟା ସମୂହର ଷଷ୍ଠ ଅଧ୍ୟକ୍ଷ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.