ଆରମ୍ଭ ହେଲା ସାଇରନ ଯୋଜନା : ବିପର୍ଯ୍ୟୟର ଢେର୍ ପୂର୍ବର ଏଣିକି ଲୋକଙ୍କୁ ମିଳିବ ଆଗୁଆ ସୂଚନା

Published By : Prameya-News7 Bureau | October 29, 2018 IST

ଭୁବନେଶ୍ବର ୨୯|୧୦: ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ନୂଆ ଯୋଜନା କରିଛନ୍ତି । ବିପର୍ଯ୍ୟୟର ଢେର୍ ପୂର୍ବର ଏଣିକି ଲୋକଙ୍କୁ ମିଳିବ ଆଗୁଆ ସୂଚନା । ବାତ୍ୟା, ବନ୍ୟା, ସୁନାମୀ ଓ ବଜ୍ରପାତ ପୂର୍ବରୁ ସାଇରନ୍ ବଜାଇ ସତର୍କ କରାଯିବ । ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ଗାଁ ଗାଁ ରେ ବାଜିବ ସାଇରନ୍ । ରାଜ୍ୟର ସମୁଦ୍ର ଉପକୂଳର ୪୮୦ କିଲୋମିଟର ମଧ୍ୟରେ ଏଥିପାଇଁ  ୧୧୨ଟି ସ୍ଥାନରେ ନିର୍ମାଣ କରାଯାଇଛି ଆଲର୍ଟ ସାଇରନ୍ ଟାୱାର । ଯେଉଁଥି ପାଇଁ ଖର୍ଚ୍ଚ ହୋଇଛି ୨ ଶହ କୋଟି ଟଙ୍କା । ବିପର୍ଯ୍ୟୟ ସମୟରେ ରାଜ୍ୟ ଜରୁରିକାଳୀନ ନିୟନ୍ତ୍ରଣ କକ୍ଷରୁ ସମସ୍ତ ଟାୱାର ଦ୍ବାରା ଏକ ସମୟରେ ଲୋକଙ୍କୁ ସୂଚନା ଦିଆଯିବ । ସୋସିଆଲ୍ ମିଡିଆକୁ ମଧ୍ୟ ବ୍ୟବହାର କରାଯିବ । ମୋବାଇଲ ଏସଏସଏସରେ ଦିଆଯିବ ସୂଚନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଆଲର୍ଟ ସାଇରନ୍ ଯୋଜନା କାର୍ଯ୍ୟକାରୀ କରିବାରେ ଓଡ଼ିଶା, ଦେଶରେ ପ୍ରଥମ । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସହ ପରବର୍ତ୍ତୀ ଥଇଥାନ ଏବଂ ପୁନର୍ଗଠନରେ ଓଡ଼ିଶା ଆଗରେ ରହିଛି । ଆଉ ଏବେ ବିପର୍ଯ୍ୟୟ ପ୍ରାକ୍ ସୂଚନା କେନ୍ଦ୍ର, ବିପଦକୁ ମୁକାବିଲା କରିବାରେ ଅଧିକ ସହାୟକ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.