ବାତ୍ୟାର ରୂପ ନେଲା ଅବପାତ, ଓଡ଼ିଶା ଉପରେ ପଡିବନି ପ୍ରଭାବ

Published By : Prameya-News7 Bureau | November 17, 2023 IST

ଭୁବନେଶ୍ୱର ୧୭/୧୧: ବାତ୍ୟାର ରୂପ ନେଲା ଗଭୀର ଅବପାତ । ବାଂଲାଦେଶ ଉପକୂଳରେ ୧୮ ତାରିଖ ସକାଳେ ମାଡ଼ ହେବ । ତେବେ ଏହାର ବିଶେଷ ପ୍ରଭାବ ପଡ଼ିବନି ଓଡ଼ିଶାରେ । ଏହି ବାତ୍ୟାର ନାଁ ରହିଛି ମିଧିଲି । ବାତ୍ୟା ଓଡ଼ିଶା ଉପକୂଳରୁ ଦୂରରେ ଦୂରରେ ସମୁଦ୍ରରେ ଗତି କରିବ । ଏହା ପ୍ରଭାବରେ ଶୁକ୍ରବାର ରାଜ୍ୟରେ ପାଗ କୋହଲା ରହିବ ।

ଉପକୂଳ ଓଡ଼ିଶାର କିଛି ଜାଗାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ଗୁରୁବାର ସନ୍ଧ୍ୟା ସୁଦ୍ଧା ପାରାଦୀପ ଓ ଚାନ୍ଦବାଲିରେ ହାଲୁକା ବର୍ଷା ହୋଇଛି । କୋହଲା ପାଗ ଯୋଗୁ ପ୍ରାୟ ସବୁଠି ଦିନ ତାପମାତ୍ରା ଖସିଛି । ପାଣିପାଗ ବିଭାଗର ଆକଳନ କହୁଛି, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକରେ କିଛି କିଛି ସ୍ଥାନ ସମେତ କଟକ, ଯାଜପୁର, ବାଲେଶ୍ୱର, ପୁରୀ, ଖୋର୍ଦ୍ଧା ଓ ମୟୂରଭଞ୍ଜର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । କେନ୍ଦ୍ରାପଡ଼ା, ଜଗତସିଂହପୁରର ଗୋଟିଏ ଦୁଇଟି ସ୍ଥାନରେ ସକାଳ ସୁଦ୍ଧା ପ୍ରବଳ ବର୍ଷା (୭୦ ମିଲିମିଟରରୁ ୧୧୦ ମିମି ପର୍ଯ୍ୟନ୍ତ) ଆଶଙ୍କା ଅଛି ।

wp:embed {"url":"https://www.prameyanews7.com/imd-dg-reaction-on-deep-depression/","type":"wp-embed","providerNameSlug":"prameya-news-7"}
https://www.prameyanews7.com/imd-dg-reaction-on-deep-depression/
/wp:embed

ଶୁକ୍ରବାର ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ବାକି ସବୁଠି ପାଗ ଶୁଖିଲା ରହିବ । ଶନିବାର ଓ ରବିବାର ରାଜ୍ୟରେ ପାଗ ଶୁଖିଲା ରହିବା ସମ୍ଭାବନା ଅଛି । ୨୦ ତାରିଖରେ ମାଲକାନଗିରି, କୋରାପୁଟର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.