scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ତିତିଲି : ସମୁଦ୍ରରେ ଉଠିବ ୧ ମିଟରରୁ ଅଧିକ ଉଚ୍ଚର ଜୁଆର, ୭ଟି ଜିଲ୍ଲାରେ ରେଡ ୱାର୍ଣ୍ଣିଂ

10/10/2018 at 1:55 PM

ଭୁବନେଶ୍ୱର ୧୦/୧୦ : ବାତ୍ୟା ତିତିଲି ଯୋଗୁଁ ସମୁଦ୍ରରେ ଏକ ମିଟରରୁ ଅଧିକ ଉଚ୍ଚର ଜୁଆର ଆସିବ ବୋଲି ଆକଳନ କରାଯାଇଛି | ଗୋପାଳପୁର, ପୁରୀ, ଅସ୍ତରଙ୍ଗ ଆଦି ଅଂଚଳରେ ଏବେ ସମୁଦ୍ର ଜୁଆରିଆ ହୋଇଥିବା ଖବର ହସ୍ତଗତ ହୋଇଛି | ପବନର ଗତି ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଇଲାଣି | ସେହିଭଳି ଗଂଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ, ଜଗତସିଂହପୁର, କେନ୍ଦ୍ରାପଡା ଏବଂ ଭଦ୍ରକରେ ବର୍ଷା ମଧ୍ୟ ବୃଦ୍ଧି ପାଉଥିବା ଖବର ଆସୁଛି | ବାତ୍ୟାର ଗତିବିଧିକୁ ଲକ୍ଷ କରି ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର ଆଲର୍ଟ ଜାରି କରାଯାଇଛି | ଗଂଜାମ,ଗଜପତି,ଜଗତସିଂହପୁର,ପୁରୀ ଓ କେନ୍ଦ୍ରାପଡା ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ଖୋର୍ଦ୍ଧା,ନୟାଗଡ,କଟକ,ଯାଜପୁର ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଦିଆଯାଇଛି | ସେହିଭଳି ଢେଙ୍କାନାଳ, ଭଦ୍ରକ ଓ ବାଲେଶ୍ବରକୁ ମଧ୍ୟ ଅରେଂଜ ୱାର୍ଣ୍ଣିଂ ଦିଆଯାଇଛି |

   Related Posts