ଏବେ ବି ‘ତିତଲି’ ରହିଛି ଓଡିଶାରେ, ଆହୁରି ୬ ଘଣ୍ଟା ପରେ ହେବ ଦୁର୍ବଳ: ଏବେ ଉତ୍ତର ଓଡିଶାରେ ପ୍ରବଳ ବର୍ଷିବ
12/10/2018 at 4:20 PM

ଭୁବନେଶ୍ବର ୧୨|୧୦: ‘ତିତଲି’ ଏବେ ଫୁଲବାଣୀରୁ ୬୦କିଲୋମିଟର ଉତ୍ତରପୂର୍ବ ଦିଗରେ ଏବଂ ଅନୁଗୋଳରୁ ୩୦ କିଲୋମିଟର ଉତ୍ତର ପଶ୍ଚିମ ଦିଗରେ ରହିଛି । ଗତ ୬ଘଣ୍ଟା ଭିତରେ ଏହା ମାତ୍ର ୧୩ କିଲୋମିଟର ଗତି କରୁଛି । ଆସନ୍ତା ୬ଘଣ୍ଟା ଭିତରେ ଏହା ଦୁର୍ବଳ ହେବ । ଆସନ୍ତା ୨୪ଘଣ୍ଟା ଭିତରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ଯାଜପୁର, ଅନୁଗୋଳ, ଢେଙ୍କାନାଳ, ମୟୁରଭଞ୍ଜ ସହ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।
Related Posts
ହାତୀ ମୃତଦେହ ମିଳିବା ଘଟଣା, ୪ ଶିକାରୀ ଗିରଫ
29 January 2023