ବାତ୍ୟା ‘ତିତଲି’କୁ ନେଇ ବେଶୀ ଆତଙ୍କିତ ଗଞ୍ଜାମ ଜିଲ୍ଲାବାସୀ ; ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ
10/10/2018 at 11:16 AM

ଗଞ୍ଜାମ ୧୦|୧୦: ବାତ୍ୟା ‘ତିତଲି’କୁ ନେଇ ସବୁଠୁ ବେଶୀ ଆତଙ୍କିତ ହୋଇପଡିଛନ୍ତି ଗଞ୍ଜାମ ଜିଲ୍ଲାର ଗୋପାଳପୁରବାସୀ । ଗୋପାଳପୁର ସମେତ ସାରା ଗଂଜାମ ଜିଲ୍ଲାରେ ଆରମ୍ଭ ହୋଇଯାଇଛି ଝିପି ଝିପି ବର୍ଷା । ଏହାସହ ପବନ ବି ବହୁଛି । ଏହାକୁ ନେଇ ଛାନିଆ ହୋଇପଡିଛନ୍ତି ଲୋକେ । ସମୁଦ୍ରକୂଳିଆ ଲୋକଙ୍କୁ ସ୍ଥାନାନ୍ତର ପାଇଁ ଚାଲିଛି ବ୍ୟବସ୍ଥା । ବାତ୍ୟା ଆଶ୍ରୟସ୍ଥଳୀରେ ଖାଦ୍ୟ ପଦାର୍ଥ ମହଜୁଦ୍ ରଖାଯାଇଛି । ଆଜି ସକାଳେ ଜିଲ୍ଲାପାଳ ବିଭିନ୍ନ ସ୍ଥାନ ବୁଲି ସବୁ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ।
Related Posts
ଗାଡି ପଛରେ ହନୁମାନଙ୍କୁ ବାନ୍ଧିନେଲେ, ଭାଇରାଲ ହେଲା ଭିଡିଓ
31 January 2023
ନବ ଦାସ ହତ୍ୟା ମାମଲା, ଗୋପାଳ ଦାସଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ୍
31 January 2023
ଆସିଲା ନବ ଦାସଙ୍କ ପୋଷ୍ଟମୋର୍ଟମ ରିପୋର୍ଟ, ଫିଟିପାରେ ଅନେକ ରହସ୍ୟ
31 January 2023