୨୩ ତାରିଖରେ ସୃଷ୍ଟି ହେଉଥିବା ଘୂର୍ଣ୍ଣିବଳୟର ପ୍ରଭାବ ପଡିବନି ଓଡିଶାରେ, ୨୭ରୁ ଶୀତ
20/10/2018 at 6:43 PM

ଭୁବନେଶ୍ବର ୨୦|୧୦: ଆସନ୍ତା ୨୩ ତାରିଖରେ ଗଲ୍ଫ ଅଫ ଥାଇଲାଣ୍ଡରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବ । ପାଣିପାଗ ବିଭାଗ ପକ୍ଷରୁ ଏଭଳି ଘୁର୍ଣ୍ଣିବଳୟ ସୃଷ୍ଟି ବୋ ନେଇ ପୂର୍ବାନୁମାନ କରାଯାଇଛି । ତେବେ ଏହାର ସେଭଳି କିଛି ପ୍ରଭାବ ଭାରତ ଉପରେ ପଡିବ ନାହିଁ । ଉତ୍ତର ଆଣ୍ଡାମାନ ସାଗରରେ ବର୍ଷା ହେବ ବୋଲି ସୋଆ ବିଶ୍ବବିଦ୍ୟାଳୟର ସେଣ୍ଟର ଫର୍ ଏନଭାଇରନମେଣ୍ଟ ଆଣ୍ଡ କ୍ଲାଇମେଟ୍ ବିଭାଗର ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି । ସେପଟେ ଆସନ୍ତା ୨୭ ତାରିଖରୁ ରାଜ୍ୟରେ ଶୀତର ପ୍ରକୋପ ଆରମ୍ଭ ହେବ । ଉତ୍ତର ଦିଗରୁ ପବନ ବହିବା ସହ ବାୟୁମଣ୍ଡଳରେ ଜଳୀୟବାଷ୍ପର ମାତ୍ରା କମିବାରୁ ଶୀତରୁ ପ୍ରକୋପ ଆରମ୍ଭ ହେବ ।
Related Posts
ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
7 February 2023
ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
7 February 2023