ଗୋପାଳପୁର ଠାରୁ ୭୨୦ କିମି ଦୂରରେ ରହିଛି ଘୁର୍ଣ୍ଣିବଳୟ: ୭୨ଘଣ୍ଟାରେ ନେବ ସାଇକ୍ଲୋନର ରୂପ
8/10/2018 at 2:49 PM

ଭୁବନେଶ୍ବର୮|୧୦: ଡିପ୍ରେସନରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଆନ୍ଧ୍ର ଉପକୂଳ କଳିଙ୍ଗପଟ୍ଟନମରେ ରୁ ୬୯୦ କିମି ରହିଛି ଘୁର୍ଣ୍ଣିବଳୟ ।୨୪ ଘଣ୍ଟାରେ ଡିପ୍ ଡିପ୍ରେସନ ରୂପ ନେବା ଆଶଙ୍କା ରହିଛି। ୭୨ ଘଣ୍ଟା ମଧ୍ୟରେ ଓଡ଼ିଶା ଆନ୍ଧ୍ର ଆଡକୁ ଗତି କରି ସାଇକ୍ଲୋନର ରୂପ ନେବ ।ଏବେ ଗୋପାଳପୁର ଠାରୁ ୭୨୦ କିମି ଦୂରରେ ଅଛି ଲଘୁଚାପ । ୧୦ରେ ସମୁଦ୍ର ଉପକୂଳରେ ୬୦ରୁ ୭୦ କିମି ବେଗରେ ପବନ ବହିବ ।୧୧ରେ ପବନର ବେଗ ୭୦ରୁ ୮୦ କିମି ରହିବ ।୧୦ରେ ଉପକୂଳ ଓ ୧୧ରେ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷାହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ମନା କରାଯାଇଛି।
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023