ଅକ୍ଟୋବର ପହିଲାରେ ଲଘୁଚାପ ! ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଆଉ ଏକ ଘୂର୍ଣ୍ଣିବଳୟ
23/09/2023 at 1:46 PM

ଭୁବନେଶ୍ୱର ୨୩।୦୯ : ଆସୁଛି ପୁଣି ଏକ ଲଘୁଚାପ । ଅକ୍ଟୋବର ପହିଲାରୁ ଲଘୁଚାପ ହେବା ନେଇ ସୂଚନା ମିଳିଛି ।ଯାହାର ପ୍ରଭାବରେ ରାଜ୍ୟ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।
ଖବର ଅନୁଯାୟୀ, ୨୯ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଏବଂ ପାଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ୪୮ ଘଣ୍ଟା ମଧ୍ୟରେ ଉତ୍ତର ଆଣ୍ଡାମାନସାଗରର ପାଶ୍ୱବର୍ତ୍ତୀ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ଅନୁମାନ କରାଯାଉଛି ।
A cyclonic circulation is likely to form over north Andaman sea & neighbourhood on 29th September.
— Meteorological Centre, Bhubaneswar (@mcbbsr) September 23, 2023
Under its influence a Low Pressure Area is likely to form over north Andaman sea & adjoining Eastcentral Bay of Bengal during the subsequent 24 hours.
ତେବେ କେଉଁ କେଉଁ ଜିଲ୍ଲା ଏବଂ କେଉଁ କେଉଁ ସ୍ଥାନରେ ବର୍ଷା ହେବ । ସେନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଖୁବଶୀଘ୍ର ପାଣିପାଗ ବିଭାଗ ପକ୍ଷରୁ ଏନେଇ ସ୍ପଷ୍ଟ ସୂଚନା ଦିଆଯିବ ବୋଲି ଅନୁମାନ କରାଯାଉଛି ।
ଆହୁରି ପଢନ୍ତୁ :