ଭୁବନେଶ୍ଵର: ଦୁର୍ବଳ ହେଲା ବାତ୍ୟା । ଏପଟେ ମୌସୁମି ବାୟୁ ଉପରେ ମଧ୍ୟ ବାତ୍ୟା ରେମାଲର କୌଣସି ପ୍ରଭାବ ପଡ଼ି ନାହିଁ । ଯାହା ଫଳରେ ପାଣିପାଗ ବିଭାଗର ପୁର୍ବ ପୁର୍ବାନୁମାନ ପରି ମେ ମାସ ୩୧ ତାରିଖ ବା ଜୁନ ଏକ ତାରିଖରେ ମୌସୁମି ବାୟୁ କେରଳ ଛୁଁଇବାର ସମ୍ଭାବନା ରହିଛି । କେରଳରେ ମୌସୁମି ବାୟୁ ଛୁଁଇବା ପରେ ଓଡ଼ିଶାରେ ଏହା କେବ ପହଁଚିବ ତାହା ସ୍ପଷ୍ଟ ହେବ । ଏପଟେ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ମଧ୍ୟ ବୃଦ୍ଧି ପାଇବ ।
Also read: ସକାଳୁ ସକାଳୁ ଥରିଲା ରାଜଧାନୀ, ସ୍କର୍ପିଓକୁ ବୋମାମାଡ଼ କରି ଦୁର୍ବୃତ୍ତ ଫେରାର
ମେ ୩୧ ବା ଜୁନ ପହିଲାରେ କେରଳ ଛୁଁଇ ପାରେ ମୌସୁମି । ଚଳିତ ବର୍ଷ ଠିକ ସମୟରେ ମୌସୁମି ବାୟୁ ଭାରତକୁ ପ୍ରବେଶ କରିବାକୁ ନେଇ ପୂର୍ବାନୁମାନ କରାଯାଉଛି । ତେବେ ବାତ୍ୟ ରେମାଲର ପ୍ରଭାବ ମୌସୁମି ବାୟୁ ଉପରେ ପଡ଼ି ନାହିଁ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ପୂର୍ବ ପୁର୍ବାନୁମାନ ପରି ଚଳିତ ବର୍ଷ ମୌସୁମି କେରଳ ଛୁଁଇବ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା । ବର୍ତ୍ତମାନ ମୌସୁମି ବାୟୁ ଆଣ୍ଡମାନ ଠାରେ ରହିଛି । ଠିକ ସମୟରେ ମୌସୁମି ବାୟୁ ପ୍ରବେଶ କରିବା କୁ ନେଇ ଆଶାବାଦୀ ଅଛି ପାଣିପାଗ ବିଭାଗ ।
ଏପଟେ ବାତ୍ୟ ପ୍ରଭାବ ଓଡ଼ିଶା ଉପରେ ପଡ଼ିନଥିବାରୁ ଆଗକୁ ତାପମାତ୍ରା ବୃଦ୍ଧି ପାଇବା କୁ ନେଇ ମଧ୍ୟ ପୁର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଦିନ ତାପ ମାତ୍ର ୨ ରୁ ୩ ଡିଗ୍ରୀ ବଢ଼ିବ । ଏହା ଛଡ଼ା ଆସନ୍ତା ୨୪ ଘଣ୍ଟା ମଧ୍ୟ ରେ ଅନେକ ସ୍ଥାନରେ ପାଗ କୋହଳା ରହିବା ସହ କିଛି ସ୍ଥାନରେ କାଳବୈଶାଖି ଜନିତ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଦକ୍ଷିଣ ଓଡ଼ିଶା ଅଭ୍ୟନ୍ତରଣ ଓଡ଼ିଶା ରେ ପାରଦ ୪୦ ରୁ ୪୫ ମଧ୍ୟ ରେ ରହିବାର ସମ୍ଭାବନା ରହିଛି । ଉପକୁଳବର୍ତ୍ତି ଅଞ୍ଚଳରେ ଅସହୀୟ ଗୁଳଗୁଳି ଅନୁଭବ ହେବ। କେରଳ ରେ ମୌସୁମି ବାୟୁ ପ୍ରବେଶ ର ଏକ ସପ୍ତାହ ପରେ ଓଡ଼ିଶାରେ ମୌସୁମି ବାୟୁ ପ୍ରବେଶ କରିଥାଏ। ତେବେ ଏହା ପୁର୍ବରୁ ରାଜ୍ୟରେ ପ୍ରାକ ମୌସୁମି ବର୍ଷା ମଧ୍ୟ ଆରମ୍ଭ ହେବ।