ଭୟଙ୍କର ହେଉଛି ‘ତିତଲି’ : ଗୋପାଳପୁରଠାରୁ ୩୭୦କିମି ଦୂରରେ ରହିଛି, ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟାପ୍ରତି ୧୬୫ କିମି ବେଗରେ ବହିପାରେ ପବନ

Published By : Prameya-News7 Bureau | October 10, 2018 IST

ଭୁବନେଶ୍ବର ୧୦|୧୦:  ଆହୁରି ଭୟଙ୍କର ହେଉଛି ବାତ୍ୟା ‘ତିତଲି’ । ଆସନ୍ତା ୩ଘଣ୍ଟା ମଧ୍ୟରେ ଭେରି ସିଭିୟର ସାଇକ୍ଲୋନର ରୂପ ନେବ ‘ତିତଲି’ । ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ୧୬୫ କିଲୋମିଟର ଛୁଇଁପାରେ ବୋଲି ଆଶଙ୍କା କରାଯାଉଛି । ପୁରୀ ଏବଂ ଗୋପାଳପୁରରେ ୧ ମିଟର ଉଚ୍ଚରେ ଜୁଆର ଉଠିପାରେ । ଗୋପାଳପୁରଠାରୁ ୩୭୦କିଲୋମିଟର ଦୂରରେ ଅଛି ‘ତିତଲି’ ।  କଳିଙ୍ଗପଟ୍ଟନମଠାରୁ ୩୧୦ କିଲୋମିଟର ଦୂରରେ ରହିଛି ‘ତିତଲି’ । ଓଡିଶା ଉପକୂଳରେ ଘଣ୍ଟାକୁ ୧୦କିଲୋମିଟର ବେଗରେ ବଢୁଛି । ଆସନ୍ତାକାଲି ଭୋର ସମୟରେ ସ୍ଥଳଭାଗ ଛୁଇଁବ ‘ତିତଲି’  । ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ବାତ୍ୟା ‘ତିତଲି’ ପାଇଁ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ୫ଟି ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରଯାଇଛି। ୫ଟି ଜିଲ୍ଲା ହେଲା ଗଞ୍ଜାମ, ଗଜପତି, ଜଗତସିଂହପୁର, ପୁରୀ ଓ କେନ୍ଦ୍ରାପଡା ଜିଲ୍ଲା । ଏହି ଜିଲ୍ଲା ମାନଙ୍କରେ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ରହିଛି । ଖୋର୍ଦ୍ଧା, ନୟାଗଡ, କଟକ, ଯାଜପୁର, ଢେଙ୍କାନାଳ, ଭଦ୍ରକ ଓ ବାଲେଶ୍ବରକୁ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ବାତ୍ୟାର ମୁକାବିଲା ପାଇଁ ଓଡ୍ରାଫ ଟିମ୍ ଓ ଏନଡିଆରଏଫ ଟିମ୍ ପ୍ରସ୍ତୁତ ରଖାଯାଇଛି । ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ସ୍ବେଚ୍ଛାସେବୀ ସଜାଗ ରହିଛନ୍ତି । ଆବଶ୍ୟକ ପଡିଲେ ନୌସେନାର ସାହାଯ୍ୟ ନିଆଯିବ ।  ବାତ୍ୟା ପ୍ରଭାବରେ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଜିବା ଆଶଙ୍କା ରହିଛି । ଧାନ ଫସଲ ଓ ପନିପରିବା କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.