ତିତ୍‌ଲି ମୃତ୍ୟୁ ସଂଖ୍ୟା ୭୭ ଛୁଇଁଲା: କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଖୁବ୍ ଶୀଘ୍ର ପହଂଚିବ କେନ୍ଦ୍ରୀୟ ଟିମ୍

Published By : Prameya-News7 Bureau | October 24, 2018 IST

ଗଜପତି୨୪|୧୦: ତିତ୍‌ଲି ମୃତ୍ୟୁ ସଂଖ୍ୟା ୭୭ ଛୁଇଁଛି । ବାତ୍ୟା ତିତ୍‌ଲିରେ ଏଯାଏଁ ୭୭ ଜଣଙ୍କ ଜୀବନ ଯାଇଥିବା ସରକାରୀ ଭାବେ କୁହାଯାଇଛି । ୫୮ ଜଣଙ୍କ ମୃତ୍ୟୁ ହୋଇଥିବା ନିଖୋଜ ଥିବା ୧୯ ଜଣଙ୍କ ସଂପର୍କରେ ଯାଞ୍ଚ୍ ଚାଲିଛି। ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ଲାଗି ୧୨ଶହ ୫୫ କୋଟି ଟଙ୍କା ଦିଆଯାଇଥିବା ଯୁଗ୍ମ ରିଲିଫ କମିଶନର ପ୍ରଭାତ ମହାପାତ୍ର ସୂଚନା ଦେଇଛନ୍ତି । ତିତ୍ ଲି କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଖୁବ୍ ଶୀଘ୍ର କେନ୍ଦ୍ରୀୟ ଟିମ୍ ଆସୁଥିବା ସେ ସୂଚନା ଦେଇଛନ୍ତି । ସେପଟେ ଗ୍ରାଉଣ୍ଡରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ଏସ୍‌ଆରସି । ଗଜପତି ଜିଲ୍ଲାରେ ହୋଇଥିବା ବ୍ୟାପକ କ୍ଷୟକ୍ଷତି ପୁନଃରୁଦ୍ଧାର କାମର ସମୀକ୍ଷା କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ । ତାଙ୍କ ସହ ଶକ୍ତି, ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ ଏବଂ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୁଖ ମଧ୍ୟ ଆସି ସ୍ଥିତି ପରଖିଛନ୍ତି  । ତିତ୍‌ଲି ବାତ୍ୟାରେ ଜିଲ୍ଲାରେ ବହୁ ଚାଷ ଜମି ନଷ୍ଟ ହୋଇଥିବା ବେଳେ ଅନେକ ଘର ଦ୍ବାର ନଷ୍ଟ ହୋଇଛି । ସେହିପରି ବହୁ ଲୋକଙ୍କ ପ୍ରାଣହାନୀ ହୋଇଛି । ତେଣୁ ଏସବୁର ଭରଣା ପାଇଁ ସରକାର କ୍ଷତିପୂରଣ ଘୋଷଣା କରିସାରିଛନ୍ତି  । ସେହି ଅନୁସାରେ କ୍ଷତିଗ୍ରସ୍ତମାନେ କ୍ଷତି ପୂରଣ ପାଇବେ ବୋଲି ସ୍ବତନ୍ତ୍ର ରିଲିଫ କମିସନର କହିଛନ୍ତି । ଜିଲ୍ଲାର ୩ଟି ପଂଚାୟତକୁ ଛାଡିଦେଲେ ଅନ୍ୟ ସବୁ ପଂଚାୟତରେ ବିଦ୍ୟୁତ ସରବରାହ ସ୍ବାଭାବିକ ହୋଇଛି । ବଳକା ଅଞ୍ଚଳରେ ଆଉ ୩ ଦିନ ମଧ୍ୟରେ ସ୍ଥିତି ସ୍ବାଭାବିକ ହେବ ବୋଲି ଶକ୍ତି ସଚିବ କହିଛନ୍ତି  । ୪ଜଣ ବରିଷ୍ଠ ଅଧିକାରୀ ଜିଲ୍ଲାରେ ପହଁଚି କିଛି ଅଞ୍ଚଳକୁ ବୁଲି ସ୍ଥିତି ପରଖିଥିଲେ  । ୪ ଚକିଆ ଯାଇପାରୁନଥିବା ଅଂଚଳକୁ ବାଇକ ଯୋଗେ ଯାଇ ଲୋକଙ୍କୁ ଭେଟିଥିଲେ । ...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.