ଗୁଜରାଟରେ ତାଣ୍ଡବ ରଚିଲା ବାତ୍ୟା ବିପରଯୋୟ: ଉପୁଡ଼ିଲା ଗଛ, ଅନ୍ଧାରରେ ୯୦୦ରୁ ଅଧିକ ଗାଁ, ୨ ମୃତ
16/06/2023 at 8:06 AM

ନୂଆଦିଲ୍ଲୀ, ୧୬/୦୬: ଆରବ ସାଗରରେ ସୃଷ୍ଟ ‘ବାତ୍ୟା ବିପରଯୋୟ’ ଗୁରୁବାର ଗୁଜରାଟରେ ଲ୍ୟାଣ୍ଡ ଫଲ୍ କରିଛି। ବିପରଯୋୟ ବାତ୍ୟାର କେନ୍ଦ୍ର ୩୦ କିମି ଉତ୍ତରରେ ସୌରାଷ୍ଟ୍ର-କଚ୍ଛ କ୍ଷେତ୍ରରେ କେନ୍ଦ୍ର ଥିଲା। ବାତ୍ୟା ଯୋଗୁଁ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା, ପବନ ହୋଇଛି। କୁହାଯାଉଛି ଯେ ଲ୍ୟାଣ୍ଡ୍ଫଲ୍ ସମୟରେ ପବନର ବେଗ ୧୧୫-୧୨୫ କିମି ପ୍ରତିଘଣ୍ଟା ଥିଲା।
ଶୁକ୍ରବାର ସକାଳୁ ସକାଳୁ ମୂଷଳାଧାର ବର୍ଷା ଜାରି ରହିଛି। ଏହା ସହ ଦ୍ରୁତ ଗତିରେ ପବନ ହେଉଛି। ପବନ ଯୋଗୁଁ ବିଜୁଳି ଖୁଣ୍ଟ ଉପୁଡ଼ି ପଡ଼ିଛି। ବଡ଼ ବଡ଼ ଗଛ ମଧ୍ୟ ଉପୁଡ଼ି ପଡ଼ିଛି। ମୋରବୀ ଜିଲ୍ଲାର ମଲିୟା ତହସିଲ ୪୫ଟି ଗାଁରେ ବିଜୁଳି ଚାଲିଯାଇଛି। ବିଳମ୍ବିତ ରାତିରେ ଗୁଜରାଟର ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ୍ କରିଛି। ଏହାର ଗତି ଧୀର ହେବା କାରଣରୁ ଆଗକୁ ବଢ଼ିବାରେ ସମୟ ଲାଗୁଛି।
ଆହୁରି ପଢ଼ନ୍ତୁ: ମହାକାଶରୁ କିପରି ଦେଖାଯାଉଛି ବାତ୍ୟା ବିପରଯୋୟ, ସମୁଦ୍ରରେ ଉଠୁଛି ଉଚ୍ଚ ଜୁଆର
ସେପଟେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଦ୍ବିପ୍ରହର ସୁଦ୍ଧା ରାଜସ୍ଥାନ ପହଞ୍ଚିପାରେ। ଏହାର ପ୍ରଭାବରେ ରାଜସ୍ଥାନ, ହରିୟାଣା, ୟୁପିରେ ପାଣିପାଗ ବଦଳିପାରେ। ବାତ୍ୟା ଯୋଗୁଁ ଦୁଇ ଜଣକ ମୃତ୍ୟୁ ହୋଇଥିବାବେଳେ ୨୨ ଜଣ ଆହତ ହୋଇଥିବା ନେଇ କୁହାଯାଉଛି। ଅବଶ୍ୟ ଏପର୍ଯ୍ୟନ୍ତ କ୍ଷୟକ୍ଷତିର କୌଣସି ସୂଚନା ନାହିଁ। ୨୩ ପଶୁଙ୍କ ମୃତ୍ୟୁ ହୋଇଛି। ୫୨୪ ଗଛ ଉପୁଡ଼ି ପଡ଼ିଥିବା କୁହାଯାଉଛି। ଉଦ୍ଧାରକାରୀ ଦଳ କାମ ଜାରି ରଖିଛି। ସନ୍ଧ୍ୟା ସୁଦ୍ଧା ବାତ୍ୟା ଡିପ୍ରେସନର ରୂପ ନେବାର ଆଶଙ୍କା ରହିଛି।
ଆହୁରି ପଢ଼ନ୍ତୁ: ଗୁଜରାଟ ଉପକୂଳରେ ବାତ୍ୟା ବିପରଯୋୟର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ, ୧୨୫ କିଲୋମିଟର ବେଗରେ ବୋହୁଛି ପବନ