ସମ୍ଭାବ୍ୟ ବାତ୍ୟାକୁ ନେଇ ଆତଙ୍କରେ ଜଗତସିଂହପୁର ବାସିନ୍ଦା
9/10/2018 at 11:36 AM

ଜଗତସିଂହପୁର ୯/୧୦ : ସମ୍ଭାବ୍ୟ ବାତ୍ୟା ତିତିଲ କୁ ନେଇ ଉପକୂଳବର୍ତି ଜଗତସିଂହପୁର ଜିଲ୍ଲାର ଲୋକମାନେ ଆତଙ୍କିତ ହୋଇ ପଡିଥିବାର ଦେଖାଯାଇଛି । ଗତ ୧୯୯୯ ମସିହା ମହାବାତ୍ୟା ଜଗତସିଂହପୁର ଜିଲ୍ଲା ବାସୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ପ୍ରତି ବର୍ଷ ଅକ୍ଟୋବର ମାସ ଆସିଲେ ଜିଲ୍ଲା ବାସୀ ଆତଙ୍କିତ ହୋଇ ପଡ଼ିଥାନ୍ତି । ଆଜି ସକାଳୁ ପାଗ କୋହଲା ରହିଥାବା ସହ ଥଣ୍ଡା ପବନ ବହିବା ଆରମ୍ଭ କରିଥିବାରୁ ଏହା ଲୋକଙ୍କୁ ଅଧିକ ଭୟଭିତ କରିଛି । ଆରପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ଥିବା ସହ ଯେ କୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରଶାସନ ସଜାଗ ରହିଥିବାର ଜିଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023