ଦୁର୍ବଳ ହେଲା ବାତ୍ୟା ସିତ୍ରଙ୍ଗ: ଆଗକୁ କମିବ ତାପମାତ୍ରା, ବଢ଼ିବ ଶୀତ

Published By : Prameya-News7 Bureau | October 25, 2022 IST

ଭୁବନେଶ୍ୱର, ୨୫/୧୦: ବାଂଲାଦେଶରେ ବାତ୍ୟା ସିତ୍ରଙ୍ଗ ଦୁର୍ବଳ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ସିତ୍ରଙ୍ଗ ଉତ୍ତର- ଉତ୍ତର ପୂର୍ବ ଦିଗରେ ଗତି କରି ବାଂଲାଦେଶରେ ସ୍ଥଳଭାଗ ଛୁଇଁ ଅବପାତରେ ପରିଣତ ହୋଇଛି । ପରବର୍ତ୍ତୀ ୬ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଏକ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ତେବେ ପଶ୍ଚିମବଙ୍ଗ, ଆସାମ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ମେଘାଳୟ ଓ ତ୍ରିପୁରାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ଲାଗିରହିଛି । ତେଣୁ ପ୍ରଶାସନ ପକ୍ଷରୁ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଅନ୍ୟପଟେ ଏହାର ପ୍ରଭାବ ଓଡ଼ିଶା ଉପରେ ନାହିଁ । ସମୁଦ୍ର ମଧ୍ୟରେ ପବନର ବେଗ ବିଶେଷ ନଥିବାରୁ ମତ୍ସ୍ୟଜୀବୀଙ୍କ ପାଇଁ ଆଜିଠୁ ସତର୍କ ସୂଚନା ହଟିବା ନେଇ ମଧ୍ୟ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେବେ ରାଜ୍ୟରେ ଆଗାମୀ ଦୁଇରୁ ୩ ଦିନ ଯାଏଁ ପାଗ ଶୁଖିଲା ରହିବ । ତାପମାତ୍ରା ୩ ଦିନ ପରେ ତାପମାତ୍ରା କମିବ । ଶୀତ ବଢିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.