Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆରବ ସାଗରରେ ଘୂର୍ଣ୍ଣିଝଡ ସାଗର

19/05/2018 at 5:18 AM

ଆରବ ସାଗରରେ ଘୂର୍ଣ୍ଣିଝଡ ସାଗର । ଏହାର ପ୍ରଭାବରେ ଆଗାମୀ ୨ ଦିନ ଭିତରେ ଉତ୍ତର ଓ ଉତ୍ତର ପଶ୍ଚିମ ଭାରତରେ ଝଡ଼ ଓ ପ୍ରବଳ ଜୋରରେ ବର୍ଷା ହେବାର ଆଶଙ୍କା ରହିଛି । ତାମିଲନାଡ଼ୁ, କେରଳ,କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର ଓ ଲାକ୍ଷାଦ୍ୱୀପରେ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି । ମତ୍ସ୍ୟଜୀବୀମାନଙ୍କୁ ୪୮ ଘଣ୍ଟା ମଧ୍ୟରେ ସମୂଦ୍ର ଭିତରକୁ ନଯିବା ପାଇଁ ସତର୍କ କରାଯାଇଛି । ଦକ୍ଷିଣ ଓ ପଶ୍ଚିମ ରାଜ୍ୟର ଉପକୂଳ ଅଂଚଳରେ ଏହି ଘୂର୍ଣ୍ଣିଝଡ଼ ପ୍ରଭାବରେ ଘଣ୍ଟା ପ୍ରତି ୭୦ ରୁ ୮୦ କିଲୋମଟରି ବେଗରେ ପବନ ବହିବ । ଗଲଫ ଅଫ୍ ଆଡେନରେ ସୃଷ୍ଟି ହୋଇଥିବା ଏହି ଘୂର୍ଣ୍ଣିଝଡ ଘଣ୍ଟା ପ୍ରତି ୧୬କିଲୋମିଟର ବେଗରେ ପଶ୍ଚିମ-ଦକ୍ଷିଣ ଦିଗରେ ଗତି କରୁଛି । ୧୯ ତାରିଖ ସୁଦ୍ଧା ସୋମାଲିଆଠାରେ ମାଡ଼ ହେବା ସହ ଏହା ଅବପାତର ରୂପ ନେବାର ପୂର୍ବାନୁମାନ କରାଯାଉଛି ।

Leave a Reply

   Related Posts