ରେମାଲ ପ୍ରଭାବରେ ବଢିଲା ଟ୍ରେନ୍ ଖସିଯିବାର ଭୟ ! ଜଞ୍ଜିର ଓ ତାଲା ପକାଇ ବାନ୍ଧିଲା ରେଳବାଇ

Published By : Prameya-News7 Bureau | May 27, 2024 IST

ପଶ୍ଚିମବଙ୍ଗ ୨୭/୦୫: ଚକ୍ରବତି ତୋଫାନ ରେମାଲ୍ ତାର କୋପ ଦେଖାଇଛି । ଲ୍ୟାଣ୍ଡଫଲ ପରେ ବର୍ତ୍ତମାନ ବାତ୍ୟା ଦୁର୍ବଳ ହୋଇଛି । ହେଲେ ରେମାଲ ପ୍ରଭାବରେ ବେଶ୍ କ୍ଷତିଗ୍ରସ୍ତ ହୋଇଛି ପଶ୍ଚିମବଙ୍ଗ ଓ ବାଂଲାଦେଶର କିଛି ଅଞ୍ଚଳ । ଭାରତ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ସାଇକ୍ଲୋନ୍ ରେମାଲ୍ ପ୍ରଭାବ ଯୋଗୁଁ କୋଲକାତା ସହରର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଛି । 

ଏଥି ସହ ଯେତେବେଳେ ପଶ୍ଚିମବଙ୍ଗ ରାଜ୍ୟପାଳ ଲୋକଙ୍କୁ ଏହି ବାତ୍ୟା ସମ୍ପର୍କରେ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ଏକ ସମୀକ୍ଷା ବୈଠକ ଡାକିଥିଲେ । ଆଇଏମଡି ଅନୁଯାୟୀ, ଘୂର୍ଣ୍ଣିବଳୟର ପ୍ରଭାବ ଆସନ୍ତା ୬ ଘଣ୍ଟା ପର୍ଯ୍ୟନ୍ତ ଦୃଶ୍ୟମାନ ହେବ ବୋଲି କୁହାଯାଇଥିଲା । 

ଏମିତିକି ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୩୫ କିଲୋମିଟର ବୃଦ୍ଧି ପାଇବ ବୋଲି କୁହାଯାଇଥିଲା । ଉତ୍ତର ବଙ୍ଗୋପସାଗରରେ ସମୁଦ୍ରରେ ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୩୫ କିଲୋମିଟର । ଏହି କାରଣରୁ ବୀରଭୂମ, ନାଡିଆ, ବାଙ୍କୁରା, ପୂର୍ବ ବର୍ଡୱାନ, ପୂର୍ବ ମେଦିନୀପୁର, ଉତ୍ତର ୨୪ ପ୍ରଗଣା, ଦକ୍ଷିଣ ୨୪ ପ୍ରଗଣା, ପଶ୍ଚିମବଙ୍ଗର କୋଲକାତାରେ ବର୍ଷା ଓ ପ୍ରବଳ ବର୍ଷା ହୋଇଛି। 

Aajtak

ଏଥିସହ, ସାବଧାନତା ଅବଲମ୍ବନ କରି ହାଓ୍ୱଡାର ଶାଲିମାର ରେଳ ଷ୍ଟେସନରେ ଟ୍ରେନର ଚକକୁ ଚେନ୍ ଓ ତାଲା ପକାଇ ବାନ୍ଧିଥିବା ଦେଖିବାକୁ ମିଳିଥିଲା । ପ୍ରବଳ ପବନରେ ଯେମିତି ଟ୍ରେନ୍ ଟ୍ରାକ୍‌କୁ ଖସିନଯାଉ ସେଥିପାଇଁ ଟ୍ରାକରେ ବାନ୍ଧି ଦିଆଯାଇଥିଲା । ଏଥିସହ ଏହି ଘୂର୍ଣ୍ଣିବଳୟର ମୁକାବିଲା ପାଇଁ ପଶ୍ଚିମବଙ୍ଗରେ ସମୁଦାୟ ୧୪ଟି NDRF ଟିମ୍ ନିୟୋଜିତ ହୋଇଛନ୍ତି।

ଆଇଏମଡି କୋଲକାତାର ପୂର୍ବ ଅଞ୍ଚଳର ମୁଖ୍ୟ ସୋମନାଥ ଦତ୍ତ କହିଛନ୍ତି ଯେ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ଉପକୂଳରେ ଅବତରଣ ରାତି ୮.୩୦ ରୁ ଆରମ୍ଭ ହୋଇଥିଲା । ପାଖାପାଖି ୪ ଘଣ୍ଟାରୁ ଅଧିକ ଥିଲା ତାର ଲ୍ୟାଣ୍ଡପଲ ପ୍ରକ୍ରିୟା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.