କ୍ୟାମେରାରେ ତିତିଲି କ୍ଷତି : ଦୁର୍ଗମ ଇଲାକାରେ ସ୍ଥିତି ପରଖିଛି ନ୍ୟୁଜ 7
16/10/2018 at 1:44 PM

ଗଞ୍ଜାମ ଗଜପତି ସୀମାନ୍ତ ଗଜପତି ଜିଲ୍ଲା ରାୟଗଡା ବ୍ଲକ କଁଇପୁର ଗ୍ରାମପଞ୍ଚାୟତ ର ମାଡା ଗ୍ରାମ ଏଠି ମାତ୍ର ୧୫ ରୁ ୨୦ ଟି ଘର ଥିବା ବେଳେ ତିଟିଲି ବନ୍ୟା ଯୋଗୁଁ ଗାଁରେ ଜଳ ମଗ୍ନ ହୋଇ ପାହାଡ଼ ରୁ ମାଟି ଅଟଡ଼ ଖସି ସମସ୍ତ ଘର ମାଟିରେ ମିଶି ଯାଇଛି।ସାରା ଜୀବନ ଜମା ପୁଞ୍ଜି ଚାଷ ଜମି ଟଙ୍କା ପଇସା ସୁନା ଅଳଙ୍କାର ଗୁରୁତ୍ୱ ପୂର୍ଣ୍ଣ କାଗଜ ପତ୍ର ସବୁକିଛି ମାଟିରେ ଧୂଳି ସାତ ହୋଇଯାଇଛି।ତାହା ସହ ହଟାଥ ଘରେ ଶୋଇଥିବା ବେଳେ ବନ୍ୟା ଜଳ ଆସି ସମ୍ପର୍ଣ୍ଣ ଘର ଧୋଇହୋଇ ଯାଇଛି ଏହା ସହ ଗାଁର ୯ ଜଣଙ୍କୁ ଭସାଇ ନେଇଥିବା ବେଳେ ଗାଁ ଲୋକଙ୍କ ଦ୍ୱାରା ୨ ଜଣକୁ ଉଦ୍ଧାର କରାଯାଇଛି ଓ ଜଣଙ୍କର ସୋମବାର ଶବ ଉଦ୍ଧାର ହୋଇଛି । ଏବେ ପର୍ଯ୍ୟନ୍ତ ସେମାନଙ୍କ ପାଖରେ ଜିଲ୍ଲା ପ୍ରଶାସନ ପହଂଚି ନାହିଁ କି ସରକାରଙ୍କ କୌଣସି କର୍ମଚାରୀ ପହଞ୍ଚି ନାହାନ୍ତି । ୫/୬ ଦିନ ହେଲା ଭୋକ ଉପାସରେ ଦିନ କାଟୁଛନ୍ତି ନା ଶୁଖିଲା ଖାଦ୍ୟ ନା ରନ୍ଧା ଖାଦ୍ୟ କିଛି ବି ପାଇପାରିନାହାନ୍ତି।
ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବୁରୁତାଳ ପଂଚାୟତର ୩୨ଟି ଗାଁ । ତିଟିଲି ବନ୍ୟା ପ୍ରଭାବରେ ସମସ୍ତ ଗାଁ ଗୁଡିକର ବସବାସ କରୁଥିବା ଆଦିବାସୀ ଲୋକମାନଙ୍କର ଘର ଗୁଡିକ ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଛି । ପାହାଡ଼ରୁ ମାଟି ଅତଡା ଖସି ଚାଷ ଜମି ରାସ୍ତା ଘାଟ ପୋଲ ସବୁକିଛି ନଷ୍ଟ ହେବା ସହ କାହାର ସ୍ଥିତି ଠିକ ନାହିଁ।ଏହି ପଞ୍ଚାୟତ ରେ ପ୍ରତି ଲୋକଙ୍କୁ ଚାଉଳ ୪ କେଜି, ଚୁଡା ୨କେଜି ଓ କିଛି ଗୁଡ଼ ଦିଆଯାଉଛି କିନ୍ତୁ ସେତିକି ପାଇବାକୁ ହେଲେ ୧୦ କିଲୋମିଟର ପାହାଡ଼ ଅବଡା ଖବଡା ରାସ୍ତା କେନାଲ ପାର କରି ଆସିବାକୁ ପଡେ।ଆଜକୁ 5 ଦୀନ ହୋଇଥିଲେ ମଧ୍ୟ ସରକାର ଙ୍କ କୌଣସି ଅଧିକାରୀ ଏବେ ପାଯ୍ୟନ୍ତ ଏମାନଙ୍କ ଗାଁରେ ପହଞ୍ଚି ନାହାନ୍ତି । ସରପଞ୍ଚଙ୍କ କହିବା ଅନୁଯାୟୀ ବୁରୁତାଳ ଗାଁର ୪ ଜଣ ମୃତ୍ୟୁ ବରଣ କରିଛନ୍ତି।ସେମାନେ ତିଟିଲି ଯୋଗୁଁ ହିଁ ମୃତ୍ୟୁ ବରଣ କରିଛନ୍ତି।