scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବାତ୍ୟା ‘ମିଗଜାଉଁ’ ପ୍ରଭାବ, ଚିନ୍ତାରେ ଚାଷୀକୂଳ

4/12/2023 at 11:18 AM

ମୋହନା ୦୪/୧୨: ସମ୍ଭାବ୍ୟ ବାତ୍ୟାକୁ ନେଇ ଚିନ୍ତାରେ ଚାଷୀ । ମାଡି ଆସୁଛି ବାତ୍ୟା ‘ମିଗଜାଉଁ’ l ଏଥିପାଇଁ ଏବେ ଚିନ୍ତାରେ ଚାଷୀକୂଳ । ଏଭଳି ପରିସ୍ଥିତିରେ ଗଜପତି ଜିଲ୍ଲା ମୋହନା ବ୍ଳକ ତିନିଘରିଆ ଗାଁରେ ଧାନ କ୍ଷେତରୁ ଧାନ କାଟି ଖଳlକୁ ନେଉଛନ୍ତି ଚାଷୀ ।

ତରବରିଆ ଭାବେ ଧାନ କାଟି ଖଳାକୁ ନେଉଥିବା ବେଳେ ଅମଳ ଧାନକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରୁଛନ୍ତି ଚାଷୀ । ଚଳିତ ବର୍ଷ ଭଲ ବର୍ଷା ହୋଇନଥିବା ବେଳେ ଫସଲ ମଧ୍ୟ ଭଲ ହୋଇନି l ବାତ୍ୟା ଆସିଲେ ଫସଲ ଉଜାଡି ଦେବ । ତେଣୁ ଯେତିକି ବି ଧାନ ଫସଲ ହୋଇଛି ସେତିକି କିଭଳି ସୁରକ୍ଷିତ ରହିବ ସେଥିପାଇଁ ଚେଷ୍ଟା କରୁଥିବା କହିଛନ୍ତି ଚାଷୀ ।

ଆସନ୍ତା ୫ ତାରିଖରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ମଛଲିପଟନମ୍‌ର ଉତ୍ତରରେ ବାତ୍ୟା ‘ମିଗଜାଉଁ’ ସ୍ଥଳଭାଗକୁ ଅତିକ୍ରମ କରିବ । ସେତେବେଳେ ଏହା ଭୀଷଣ ବାତ୍ୟାର ରୂପ ନେଇଥିବ । ଓଡ଼ିଶାରେ ଏହା ପ୍ରବଳ ବର୍ଷା କରାଇବ । ସୋମବାରଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ । ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ । ୫ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଜଳବନ୍ଦୀ ଓ ଭୂସ୍ଖଳନ ଆଶଙ୍କା ବି ଅଛି । ନିର୍ଧୁମ ବର୍ଷା ଯୋଗୁ ଫସଲକୁ ବ୍ୟାପକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି ।

ରବିବାର ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ କୋହଲା ରହିଛି । ବାତ୍ୟା ପ୍ରଭାବରେ ୪ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଅଧିକାଂଶ ସ୍ଥାନରେ ୭୦ରୁ ୧୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଏହାବ୍ୟତୀତ ପୁରୀ, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, ଜଗତ୍‌ସିଂହପୁର ଓ କଟକରେ ବି ବର୍ଷିବ ।

   Related Posts