ସୃଷ୍ଟି ହେଲା ବାତ୍ୟା 'ମିଗଜମ୍‌', ଆସନ୍ତାକାଲିଠୁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

Published By : Prameya-News7 Bureau | December 03, 2023 IST

ଭୁବନେଶ୍ଵର:  ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ମିଗଜମ୍‌ । ଏହା ଘଣ୍ଟା ପ୍ରତି ୬ କିମି ବେଗରେ ଉତ୍ତରପଶ୍ଚିମ ଆଡ଼କୁ ଗତି କରୁଛି। ଏହା ଆସନ୍ତାକାଲି ପୂର୍ବାହ୍ନରେ ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡୁ ଉପକୂଳରେ ପହଞ୍ଚିବ। ଡିସେମ୍ବର ୫ ତାରିଖ ପୂର୍ବାହ୍ନରେ ନେଲୋର ଓ ମଛଲିପଟ୍ଟନମ ଉପକୂଳ ଛୁଇଁବ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସମ୍ଭାବ୍ୟ ବର୍ଷାକୁ ଦେଖି ଚାଷୀମାନେ ଫସଲ ଅମଳ କରିବାରେ ଲାଗିଛନ୍ତି ।

ସାଇକ୍ଲୋନିକ୍ ଷ୍ଟର୍ମ ବା ବାତ୍ୟାରେ ପରିଣତ ହେଲା ଦକ୍ଷିଣ ଆଣ୍ଡାମାନ ସାଗର ସୃଷ୍ଟି ହୋଇଥିବା ଲଘୁଚାପ । ଆଇଏମଡ଼ି ଏହାର ନାଁ ଦେଇଛି ମିଗଜମ୍ । ଗତ ୬ ଘଣ୍ଟାରେ ମିଗଜମ୍ ଘଣ୍ଟାକୁ ୯ କିମି ବେଗରେ ଦକ୍ଷିଣପଶ୍ଚିମ ବେଙ୍ଗୋପ ସାଗରର ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ମଛଲିପଟନମରୁ ଏହା ୫ଶହ କିମି ଦୂରରେ ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହାର ପ୍ରଭାବରେ ୪ ରୁ ୬ ତାରିଖ ବେଳକୁ ସମୁଦ୍ର ଅଶାନ୍ତ ରହିବ । ଏହି ସମୟରେ ପବନର ବେଗ ସର୍ବାଧିକ ୬୦ ଛୁଇଁବା ସମ୍ଭାବନା ରହିଛି । ତେଣୁ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।

wp:heading {"level":4}

ଅଧିକ ପଢନ୍ତୁ- କାମ ଦେଲା ବୁଦ୍ଧି, ବାଇକ୍‌ ଚୋରି ଉଦ୍ୟମ କରି ଫେଲ୍‌ ମାରିଲା ଚୋର

/wp:heading

ସୋଆ ସିଇସି ପକ୍ଷରୁ କୁହାଯାଇଛି ଆସନ୍ତାକାଲିଠାରୁ ଦକ୍ଷିଣ ଓଡ଼ିଶାରେ ମିଗଜମ୍‌ର ପ୍ରଭାବ ଦେଖିବାକୁ ମିଳିବ। ୫ ରୁ ୭ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ୬ରେ ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା ଜିଲାରେ ପବନ ଘଣ୍ଟାପ୍ରତି ୫୦ ରୁ ୬୦ କିମି ଯାଏ ଛୁଁଇପାରେ । ୬ ରୁ ୭ ଖୋର୍ଦ୍ଧା, କଟକ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୭ ରୁ ୮ ପଶ୍ଚିମ ଓଡ଼ିଶା ଏବଂ ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ତେବେ ମିଗଜମ ଓଡ଼ିଶା ଆସିବା ବେଳକୁ ଲଘୁଚାପରେ ପରିଣତ ହୋଇଥିବ ବୋଲି  ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି ।

அடுத்த 3 மணி நேரத்திற்கு இடியுடன் கூடிய மழை..! இந்த மாவட்டங்களுக்கு வானிலை  மையம் எச்சரிக்கை..! - Dinasuvadu

ଏମିତି ଦୃଶ୍ୟ କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ଦେଖିବାକୁ ମିଳିଛି।। ବିଲରେ ଥିବା ପାଚିଲା ଧାନକାଟି ଆଣି ଯଥାଶୀଘ୍ର ଅମଳ କରିବାରେ ଲାଗି ପଡିଛି ଚାଷୀ । ଦକ୍ଷିଣ ଓଡ଼ିଶାରେ ଗଭୀର ଅବପାତ ସହ ପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ପାଣିପାଗ ବିଭାଗର ସୂଚନା ପରେ ଚାଷୀ କୁଳ ଆତଙ୍କିତ । ଅମଳ ସମୟ ହୋଇଥିବାରୁ କିପରି ଫସଲକୁ ସୁରକ୍ଷିତ ରଖିବେ ସେ ନେଇ କୋରାପୁଟ ଜିଲ୍ଲା ନାରାୟଣପାଟଣା ଅଞ୍ଚଳରେ ନିୟନ୍ତ୍ରିତ ବଜାର କମିଟି ଓ କୃଷି ବିଭାଗ ଦ୍ବାରା ଚାଷୀମାନଙ୍କ ଉଦ୍ଦେଶ୍ୟରେ ମାଇକ ଯୋଗେ ପ୍ରଚାର କରି ସଚେତନ ମଧ୍ୟ କରାଯାଉଛି I କୋରାପୁଟ ଅଞ୍ଚଳରେ କେବଳ ଧାନ ନୁହେଁ ମାଣ୍ଡିଆ ଓ ସୁଆଁ ଚାଷ ହୋଇଥିବାରୁ ଚାଷୀମାନେ ଏହାକୁ ସୁରକ୍ଷିତ ରଖିବାକୁ ଲାଗିପଡିଛନ୍ତି ।

ବିଲରୁ ଅମଳ ହେଲାଣି ଧାନ: ଡେରିରେ ଖୋଲିବ ମଣ୍ଡି, ଫାଇଦା ନେବେ ବେପାରୀ – Sambad

ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସବୁ ବିଭାଗର ଅଧିକାରୀଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି । ଧାନ ଫସଲ କିଭଳି ବର୍ଷା ଓ ବାତ୍ୟା ଦାଉରୁ ରକ୍ଷା ହୋଇପାରିବ ସେନେଇ ଆଲୋଚନା ହୋଇଛି । ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକ ସଫାସୁତୁରା କରିବା ସହ ପାହାଡିଆ ଅଞ୍ଚଳରେ ଥିବା କଚ୍ଚାଘର ଗୁଡିକ ଚିହ୍ନଟ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ବର୍ଷା ସମ୍ଭାବନା ଥିବା ପାହାଡିଆ ଅଞ୍ଚଳ ସମେତ ନଦୀକୁଳିଆ,ସମୁଦ୍ର କୁଳିଆ ଅଞ୍ଚଳ ଉପରେ ଅଧିକ ଫୋକସ କରାଯାଇଛି ।

ଡିସେମ୍ବର ୫ ତାରିଖ ପୂର୍ବାହ୍ନରେ ନେଲୋର ଓ ମଛଲିପଟ୍ଟନମ ଉପକୂଳ ଛୁଇଁବ ବାତ୍ୟା । ଲ୍ୟାଣ୍ଡଫଲ୍ ବେଳେ ପବନର ସର୍ବାଧିକ ବେଗ ୧୦୦ କିମି ରହିବ। ବାତ୍ୟା ଯୋଗୁ ଦକ୍ଷିଣ ଆନ୍ଧ୍ର ପ୍ରଦେଶର ଉପକୂଳବର୍ତ୍ତୀ ଜିଲ୍ଲା ସମେତ ଉତ୍ତର ତାମିଲନାଡୁ ଓ ପୁଡୁଚେରୀର କିଛି ଅଂଶ ସର୍ବାଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି।.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.