krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦୁର୍ବଳ ହେଲା ବାତ୍ୟା : ଓଡିଶାରେ ପଡିଲାନି ପ୍ରଭାବ, ୨ ଦିନ ପାଗ ଶୁଖିଲା

18/11/2023 at 2:58 PM

ଭୁବନେଶ୍ୱର ୧୮।୧୧ : ଓଡିଶାରେ ପଡିଲାନି ବାତ୍ୟାର ପ୍ରଭାବ । ଦୁର୍ବଳ ହୋଇ ମଣିପୁର ଅଞ୍ଚଳରେ ଲଘୁଚାପରେ ହୋଇଛି ପରିଣତ । ଯାହାଫଳରେ ରାଜ୍ୟରେ ଆସନ୍ତା ୨ ଦିନ ପାଗ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି । ସେପଟେ ପଶ୍ଚିମବଙ୍ଗ ପଟୁ ଆସୁଥିବା ପୂର୍ବ ତରଙ୍ଗ ଫଳରେ ରାଜ୍ୟରେ ଶୀତ ମାତ୍ରାକୁ ରୋକୁଥିବା ବିଶେଷଜ୍ଞ କହିଛନ୍ତି।

ପଶ୍ଚିମା-ଝଡ ଏବଂ ପୂର୍ବ ବାୟୁ ପ୍ରବାହ ପ୍ରଭାବରେ ରାଜ୍ୟର ୨୦ ଏବଂ ୨୧ ତାରିଖରେ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା l ୨୦ ତାରିଖରେ ମାଲକାନଗିରି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର , କନ୍ଧମାଳ, ଗଞ୍ଜାମ, ଗଜପତି , ପୁରୀ , ବାଲେଶ୍ଵର, କେଉଁଝର ଓ ସୁନ୍ଦରଗଡ଼ ହାଲୁକାରୁ ମଧ୍ୟମ ଧାରଣର ବର୍ଷା ସମ୍ଭାବନା ରହୁଛି l ୨୧ରେ ଉତ୍ତର ଆଭ୍ୟନ୍ତରୀଣ ଭାଗରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା l ବର୍ତ୍ତମାନ ଯେହେତୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ରାଜ୍ୟରେ ପ୍ରବେଶ ସମ୍ଭାବନା ରହିଛି l  ଆଗାମୀ ୩ ରୁ ୪ ଦିନ ଯାଏଁ ରାଜ୍ୟରେ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ବେଳେ ପରବର୍ତୀ ସମୟରେ ରାତ୍ରି ତାପମାତ୍ରାରେ ୨ ରୁ ୪ ଡ଼ିଗ୍ରୀ ଯାଏଁ ହ୍ରାସ ଘଟିବାର ସମ୍ଭାବନା ରହିଛି l ୨୧ ତାରିଖ ପରେ ତାପମାତ୍ରା ସ୍ଵାଭାବିକ ହେବ l

ସେପଟେ ରାଜ୍ୟରେ ଏବେ ଜଳୀୟ ବାଷ୍ପ ପ୍ରବେଶ କରୁଛି । ଯାହାର କାରଣ ପାଲଟିଛି ପଶ୍ଚିମବଙ୍ଗ ପଟୁ ଆସୁଥିବା ପୂର୍ବ ତରଙ୍ଗ  । ଏହା ଫଳରେ ଫଳରେ ରାଜ୍ୟରେ ଶୀତ ମାତ୍ରାକୁ ରୋକୁଥିବା ବିଶେଷଜ୍ଞ କହିଛନ୍ତି।  

   Related Posts