ଭୀଷଣ ବାତ୍ୟାର ରୂପ ନେଲା ‘ମିଗଜୋମ’; ଚେନ୍ନାଇ ଉପକୂଳରେ ପ୍ରଭାବ, କାନ୍ଥ ପଡ଼ି ୨ ମୃତ

Published By : Prameya-News7 Bureau | December 04, 2023 IST

ଚେନ୍ନାଇ: ବଙ୍ଗୋସାଗରରେ ଭୟଙ୍କର ରୂପ ଧରି ସ୍ଥଳଭାଗ ଆଡ଼କୁ ମାଡିଆସୁଛି ବାତ୍ୟା ‘ମିଗଜୋମ’ । ଘଣ୍ଟାପ୍ରତି ୮ କିଲୋମିଟର ବେଗରେ ଉପକୂଳ ମୁହାଁ ହେଉଛି । ବାତ୍ୟା ଚେନ୍ନାଇ ଠାରୁ ଉତ୍ତର-ପୂର୍ବରେ ମାତ୍ର ୯୦ କିଲୋମିଟର ଦୂରରେ ରହିଛି  । ସେହିପରି ନେଲୋର ଠାରୁ ଦକ୍ଷିଣ-ପୂର୍ବ ୧୪୦ କିଲୋମିଟର ଦୂରରେ ରହିଥିବା ବେଳେ ପୁ଼ଡୁଚେରୀ ଠାରୁ ଉତ୍ତର ଉତ୍ତର-ପୂର୍ବରରେ ୨୦୦ କିଲୋମିଟର ଓ ବାପାଟଲା ଠାରୁ ୨୭୦ କିଲୋମିଟର ଦୂରରେ ରହିଛି । ଏହା ଅଧିକ ଘନୀଭୂତ ହୋଇ ମଙ୍ଗଳବାର ଆନ୍ଧ୍ର ଉପକୂଳ ଅତିକ୍ରମ କରିବା ନେଇ ସମ୍ଭାବନା ରହିଛି । ନେଲୋର ଓ ମଛଲିପଟନମ୍‌ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବା ନେଇ ପୂର୍ବାନୁମାନ ଭାରତୀୟ ପାଣିପାଗ କେନ୍ଦ୍ର । ଭୀଷଣ ବାତ୍ୟାର ରୂପ ନେଇ ବାପଟ୍‌ଲା ପାଖରେ ଅତିକ୍ରମ କରିବ । ସ୍ଥଳଭାଗ ଅତିକ୍ରମ ବେଳେ ପବନର ବେଗ ୯୦ରୁ ୧୦୦ କି.ମି. ରହିବ । ସେହିପରି ଝଟକା ପବନ ୧୧୦ କିମି ବେଗରେ ବହିବ ।

wp:html /wp:html wp:html /wp:html

ବାତ୍ୟା ‘ମିଗଜୋମ ପ୍ରଭାବ ତାମିଲନାଡ଼ୁ ଉପକୂଳରେ ଦେଖିବାକୁ ମିଳିଲାଣି । ଚେନ୍ନାଇ ଭୀଷଣ ବାର୍ଷ ଜାରି ରହିଛି । ସୋମବାର ଚେନ୍ନାଇ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆରମ୍ଭ ହୋଇଛି । ଫଳରେ ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଛି । ସେହିପରି ରାସ୍ତା ଉପରେ ପାଣି ଜମି ରହିଥିବା ବେଳେ ବିମାନବନ୍ଦରରେ ପାଣି ଭରି ଯାଇଛି । ଫଳରେ ଚେନ୍ନାଇରୁ ବିମାନ ଉଡ଼ାଣ ବାତିଲ୍ ହୋଇଛି । ଏହା ସହିତ ୧୫ରୁ ଅଧିକ ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି । ଚେନ୍ନାଇ ଆସୁଥିବା କିଛି ବିମାନକୁ ବେଙ୍ଗାରୁଲୁକୁ ପଠାଯାଇଛି । ସେହିପରି ମାଦ୍ରାସ୍ ସେଣ୍ଟ୍ରାଲ ରେଳ ଷ୍ଟେସନ ମଧ୍ୟ ଜଳମଗ୍ନ ହୋଇଛି ।    

wp:html /wp:html wp:html /wp:html

ତାଜା ସୂଚନା ଅନୁଯାୟୀ, ତାମିଲନାଡୁର କନାଥୁରରେ କାନ୍ଥ ପଡ଼ିବାରୁ ୨ଜଣଙ୍କ ମୃତ୍ୟୁ ହୋଇଛି । ଖୁବ୍ ଜୋରରେ ପବନ ଯୋଗୁ ବଡ଼ ବଡ଼ ଗଛ ଉପୁଡ଼ି ଯାଇଛି । ଅଧିକାଂଶ ଅଞ୍ଚଳରେ ପାଣି ଜମି ରହିବା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ସେପଟେ ଯୁଦ୍ଧକାଳୀନ ସ୍ଥିତିରେ ନଗରନିଗମ କର୍ମଚାରୀ ଜଳ ନିଷ୍କାସନ କାର୍ଯ୍ୟରେ ଲାଗିଛନ୍ତି ।

wp:embed {"url":"https://www.prameyanews7.com/cyclone-michaung-intensifies-into-severe-cyclonic-storm-on-monday/","type":"wp-embed","providerNameSlug":"prameya-news-7"}
https://www.prameyanews7.com/cyclone-michaung-intensifies-into-severe-cyclonic-storm-on-monday/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.