ସିଭିୟର ସାଇକ୍ଲୋନ୍‌ 'ମିଗଜୋମ୍‌' ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା, ଭାଙ୍ଗିଲା ୮୦ ବର୍ଷର ରେକର୍ଡ !

Published By : Prameya-News7 Bureau | December 04, 2023 IST

ଚେନ୍ନାଇ: ମିଗଜୋମ୍‌ର ପ୍ରଭାବ କେବଳ ଦକ୍ଷିଣ ଭାରତ ନୁହେଁ, ଉତ୍ତର ଭାରତରେ ପଡ଼ିଛି।  ଦକ୍ଷିଣ ଭାରତରେ ଅନେକ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସୂଚନା ଅନୁସାରେ ମିକ୍‌ଜୋମ୍‌ ବାତ୍ୟା ଏବେ ଚେନ୍ନାଇ ଠାରୁ ୧୦୦ କିମି ପୂର୍ବ-ଉତ୍ତର ପୂର୍ବ ଠାରେ ରହିଛି। ଏହା କ୍ରମଶଃ ଉତ୍ତର ଆଡ଼କୁ ଅଗ୍ରସର ହେଉଛି। ଶେଷ ୬ ଘଣ୍ଟାରେ ଏହା ଘଣ୍ଟାପ୍ରତି ୧୦ କିମି ଆଗକୁ ବଢୁଛି। l ତାମିଲନାଡିରେ ଭାରୀ ବର୍ଷା ଯୋଗୁଁ ଡିସେମ୍ବର ୫ ତାରିଖରେ ସମସ୍ତ ସ୍କୁଲ ଓ ଅଫିସ୍‌ ଛୁଟି ଘୋଷଣା କରାଯାଇଛି।

ତାମିଲନାଡୁଙ୍କ ମନ୍ତ୍ରୀଙ୍କ କହିବାନୁସାରେ ଚେନ୍ନାଇରେ ଗତ ୮୦ ବର୍ଷରେ ଏପରି ବାତ୍ୟା ଜନିତ ବର୍ଷା ହୋଇନାହିଁ। ପ୍ରବଳ ବର୍ଷା କାରଣରୁ ବିଦ୍ୟୁତ ଯୋଗାଣ ଓ ବିଶୁଦ୍ଧ ପାନୀୟ ଯୋଗାଣ ପ୍ରଭାବିତ ରହିଛି। ତାମିଲନାଡୁ ରେସ୍କ୍ୟୁ ଅପରେସନ୍‌ ଟିମ୍‌ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏନଡିଆଏଫ୍‌ ଓ ଏସଡିଆରଏଫ୍‌ର ଟିମ୍‌ ନିୟୋଜିତ ହୋଇଛନ୍ତି।

ମିଆଁମାର ଅନୁସାରେ ଏହି ବାତ୍ୟାର ନାମକରଣ କରାଯାଇଛି। ୨୦୨୩ରେ ପ୍ରଶାନ୍ତ ମହାସାଗର ସୃଷ୍ଟି ହୋଇଥିବା ଷଷ୍ଠ ବାତ୍ୟା।  ଏହା ଡିସେମ୍ବର ୫ ପୂର୍ବାହ୍ନରେ ନେଲ୍ଲୋର-ମଛଲୀପଟ୍ଟନମ୍‌ର ମଧ୍ୟରେ ଭୀଷଣ ବାତ୍ୟା ଭାବେ ସ୍ଥଳଭାଗ ଛୁଇଁବ। ଏହାଛଡା ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ଓଡ଼ିଶା ସମେତ ଅନେକ ରାଜ୍ୟରେ ପ୍ରବଳ ବର୍ଷା ନେଇ ଚେତାବନୀ ଡାରି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.