ଭୀଷଣ ବାତ୍ୟାର ରୂପ ନେଲା ‘ମିଗଜୋମ’, ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷିବ !

Published By : Prameya-News7 Bureau | December 04, 2023 IST

ଭୁବନେଶ୍ବର ୪।୧୨: ବଙ୍ଗୋପସାଗରରେ ଭୀଷଣ ବାତ୍ୟାରେ ପରିଣତ ହେଲା ବାତ୍ୟା ‘ମିଗଜୋମ’ । ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟାକୁ ୮ କି.ମି. ବେଗରେ ଅଗ୍ରସର ହେଉଛି  ‘ମିଗଜୋମ’ । ଚେନ୍ନାଇର ପୂର୍ବ ଉତ୍ତର ପୂର୍ବକୁ ୯୦ କି.ମି. ଦୂରରେ କେନ୍ଦ୍ରୀଭୂତ ଅଛି । ନେଲୋରରୁ ୧୭୦ ଓ ପୁଡୁଚେରୀରୁ ୨୦୦ କି.ମି. ଦୂରରେ ବାତ୍ୟା ରହିଛି । ବାପଟ୍‌ଲାରୁ ୩୦୦ ଓ ମଛଲିପଟ୍ଟନମ୍‌ର ୩୨୦ କି.ମି. ଦୂରରେ ବାତ୍ୟା ରହିଛି । ଏହା ଅଧିକ ଘନୀଭୂତ ହୋଇ ମଙ୍ଗଳବାର ଆନ୍ଧ୍ର ଉପକୂଳ ଅତିକ୍ରମ କରିବା ନେଇ ସମ୍ଭାବନା ରହିଛି । ନେଲୋର ଓ ମଛଲିପଟନମ୍‌ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବା ନେଇ ପୂର୍ବାନୁମାନ କରାଯାଇଛି । ଭୀଷଣ ବାତ୍ୟାର ରୂପ ନେଇ ବାପଟ୍‌ଲା ପାଖରେ ଅତିକ୍ରମ କରିବ । ସ୍ଥଳଭାଗ ଅତିକ୍ରମ ବେଳେ ପବନର ବେଗ ୯୦ରୁ ୧୦୦ କି.ମି. ରହିବ ।

ବାତ୍ୟା ‘ମିଗଜୋମ’ ଫଳରେ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଦକ୍ଷିଣ ଓଡିଶା ସମେତ ଉପକୂଳ ଓଡିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି । ସୋମବାର ଠାରୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୭ ରୁ ୧୧ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି । ୫ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଜଳବନ୍ଦୀ ଓ ଭୂସ୍ଖଳନ ଆଶଙ୍କା ବି ଅଛି । ନିର୍ଧୁମ ବର୍ଷା ଯୋଗୁ ଫସଲକୁ ବ୍ୟାପକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି ।

wp:embed {"url":"https://www.prameyanews7.com/cyclone-michaung-to-make-landfall-on-5th-dec/","type":"wp-embed","providerNameSlug":"prameya-news-7"}
https://www.prameyanews7.com/cyclone-michaung-to-make-landfall-on-5th-dec/
/wp:embed

ସୋମବାର ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ କୋହଲା ରହିଛି । ବାତ୍ୟା ପ୍ରଭାବରେ ସୋମବାରଠୁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅଧିକାଂଶ ସ୍ଥାନରେ ୭୦ରୁ ୧୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଏହାବ୍ୟତୀତ ପୁରୀ, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, ଜଗତ୍‌ସିଂହପୁର ଓ କଟକରେ ବି ବର୍ଷିବ ।

୫ରେ ଆହୁରି ନିର୍ଧୁମ ବର୍ଷିବ । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ୭୦ରୁ ୨୦୦ମିମି ଯାଏ ବର୍ଷା ସମ୍ଭାବନା ଅଛି । ଏହି ୫ ଜିଲ୍ଲାକୁ ଅରେଞ୍ଜ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ପୁରୀରେ ଭାରୀ ବର୍ଷା ହେବ । ୭୦ରୁ ୧୧୦ମିମି ବର୍ଷା ହୋଇପାରେ । ଦକ୍ଷିଣ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଧିକ ବର୍ଷିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୬ରେ ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କନ୍ଧମାଳ, କୋରାପୁଟ, ମାଲକାନଗିରି ଓ ରାୟଗଡ଼ାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୭ ତାରିଖରୁ ରାଜ୍ୟରେ ବର୍ଷା କମିଯିବ ।

ସେପଟେ ଅମଳ ହେବାକୁ ଥିବା ଫସଲକୁ ନେଇ ଚାଷୀଙ୍କୁ ସତର୍କ କରାଇଛି ବିଭାଗ । ଏହାସହ ଅତି ପ୍ରବଳ ବର୍ଷା ହେବାକୁ ଜିଲ୍ଲାର ତଳି ଅଞ୍ଚଳରେ ଜଳମଗ୍ନ ସମସ୍ୟା ଓ କଚ୍ଚା ଘର ଭାଙ୍ଗିବାର ଆଶଙ୍କା ଥିବା କହିଛି ଆଞ୍ଚଳିକ ପାଣିପାଗ ବିଭାଗ । ଉପକୂଳ ଜିଲ୍ଲା ଗୁଡିକରେ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

You Can Read :

wp:embed {"url":"https://www.prameyanews7.com/dead-body-of-youth-found-near-dwarasuni-ghati-of-mayurbhanj/","type":"wp-embed","providerNameSlug":"prameya-news-7"}
https://www.prameyanews7.com/dead-body-of-youth-found-near-dwarasuni-ghati-of-mayurbhanj/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.