ଗଜପତିରେ ପ୍ରଭାବ ପକାଇଲା ‘ଗୁଲାବ’, ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ

Published By : Prameya-News7 Bureau | September 27, 2021 IST

ମୋହନା ୨୭।୯: ଗଜପତି ଜିଲ୍ଲାରେ ବାତ୍ୟା ‘ଗୁଲାବ’ର ପ୍ରଭାବ ଦେଖିବାକୁ ମିଳିଛି । ରବିବାରଠାରୁ ବର୍ଷାସହ ପବନ ଲାଗିରହିଥିବା ବେଳେ ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହୋଇଛି । ରବିବାର ରାତିରେ ମୋହନା ବ୍ଲକର ମାଣିକପୁରଠାରେ ବିଶାଳ ଗଛ ପଡିବା ଯୋଗୁଁ ମୋହନା-ପାରଳାଖେମୁଣ୍ଡି ମଧ୍ୟରେ ଯାତାୟାତ ଠପ୍ ହୋଇଥିଲା ।

{"id":518243,"width":755,"height":416,"sizeSlug":"full","linkDestination":"none"}

ସେହିଭଳି ପିଣ୍ଡିକି ନିକଟରେ ଗଛ ପଡିଥିବା ବେଳେ ଲିଲିଗଡ଼ଠାରେ ମଧ୍ୟ ଗଛ ପଡି ମୋହନା-ବ୍ରହ୍ମପୁର ମଧ୍ୟରେ ରାସ୍ତା ଅବରୋଧ ହୋଇଛି । ଏଥିସହ ତଲାସିଙ୍ଗ ଗାଁ ନିକଟରେ ମଧ୍ୟ ଗଛ ପଡି ରାସ୍ତା ଅବରୋଧ ହୋଇଥିଲା । ସେହିପରି ଆର. ଉଦୟଗିରି ବ୍ଲକ୍ ଚମ୍ପା ଘାଟିରେ ଗଛ ପଡି ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଥିଲା । ତେବେ ଅଗ୍ନିଶମ ବାହିନୀ, ଓଡ୍ରାଫ ଟିମ୍ ଓ ପୋଲିସ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛ କାଟିବା ସହ ରାସ୍ତା ସ୍ଵାଭାବିକ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.