ସ୍ଥଳଭାଗ ଛୁଇଁଲା ସାମୁଦ୍ରିକ ଝଡ ‘ଗଜ’ ; ତାମିଲନାଡୁର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା, ୬ଟି ଜିଲ୍ଲାରେ ଆଜି ସ୍କୁଲ କଲେଜ ବନ୍ଦ

Published By : Prameya-News7 Bureau | November 16, 2018 IST

ତ୍ରିଚି ୧୬|୧୧: ସାମୁଦ୍ରିକ ଝଡ ‘ଗାଜା’ ଆଜି ସକାଳେ ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳ ମଧ୍ୟରେ ଅତିକ୍ରମ କରିଛି । ତାମିଲନାଡୁରେ ହାଇ ଆଲର୍ଟ ଜାରି କରାଯାଇଛି । ଗତକାଲି ରାତି ୧୨ଟା୩୦ ରୁ ୨ଟା୩୦ ମଧ୍ୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ ରୁ ୧୧୦ କିଲୋମିଟର ଥିଲା । ତ୍ରିଚି, ତାଞ୍ଜାବୁର, ପୁଡୁକୋଟ୍ଟାଇରେ ପ୍ରବଳ ବର୍ଷା ହେଉଛି । ନାଗାପଟ୍ଟିନମ୍‌ ଜିଲ୍ଲା ଅନ୍ତର୍ଗତ ବେଦରନ୍ୟାମ୍‌ରେ ବାତ୍ୟା ଖୁବ୍‌ କ୍ଷୟକ୍ଷତି କରିଛି। ଗତକାଲି ପ୍ରବଳ ବର୍ଷା ଏବଂ ପବନ ଯୋଗୁଁ ନାଗାପଟ୍ଟିନମରେ ଅନେକ ଗଛ ଉପୁଡିଯିବା ସହ ଘର ଭାଙ୍ଗି ଯାଇଛି । ଅନେକ ମାଛଧରା ହାମ୍‌ଲେଟ୍‌ରେ ସମୁଦ୍ର ଜଳ ପ୍ରବେଶ କରିଛି। ବର୍ଷା ଏବଂ ପବନକୁ ଆଖିରେ ରଖି ୭୬ହଜାରରୁ ଅଧିକ  ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ନାଗପଟ୍ଟିନମ୍‌, କୁଡ୍ଡାଲୋର୍‌, ପୁଡୁକ୍କୋଟ୍ଟାଇ, କରାଇକଲ୍‌, ତୁବରୁର୍‌, ତାଞ୍ଜବୁର ଏବଂ ତ୍ରିଚୀ ଜିଲ୍ଲାରେ ବିଜୁଳି ସରବରାହ ବନ୍ଦ ରହିଛି। ତାମିଲନାଡୁର ୬ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ସ୍କୁଲ ଏବଂ କଲେଜ ଛୁଟି ଘୋଷଣା କରାଯାଇଛି । ସିଭିଅର ସାଇକ୍ଲୋନିକ ଷ୍ଟର୍ମ ଆସନ୍ତା ୬ଘଣ୍ଟା ଭିତରେ ପଶ୍ଚିମ ଦିଗରେ ଗତି କରି ଦୁର୍ବଳ ହୋଇଯିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.